ସୀତାରାମ ଅଗ୍ରଓ୍ବାଲ
ଚିଲିକା : କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଲା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀ ରେ କଣ୍ଟେନମେଣ୍ଟ। ଦିନକୁ ଦିନ ଚିଲିକା ନିର୍ବାଚନମଣ୍ଡଳୀ ରେ କରୋନା ସଂକ୍ରମଣ ଦ୍ରୁତଗତିରେ ହ୍ରାସ ପାଉଥିବାସ୍ଥଳେ ଗତ ଦୁଇ ଦିନ ହେଲା ଏହା ପୁଣି ଉପରମୁହାଁ ହୋଇଛି । ଯାହାଫଳରେ ଜିଲ୍ଲା ପ୍ରଶାସନ ତରଫରୁ ଗତକାଲି ରାତ୍ରିରୁ ବାଣପୁର ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ର କିଛି ଅଞ୍ଚଳ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଉକ୍ତ କଣ୍ଟେନମେଣ୍ଟ ଗତକାଲି ରାତ୍ରି ୭ ଘଟିକାରୁ ନଭେମ୍ବର ୪ ତାରିଖ ସକାଳ ୯ ଘଟିକା ଯାଏଁ ବଳବତ୍ତର ରହିବ ।
ବାଣପୁର ବ୍ଲକ
ନାଚୁଣୀ ଗ୍ରାମ ପଞ୍ଚାୟତର ଗୋରଡାଝରି ଗ୍ରାମ, ଦେଓଗାଁ ଗ୍ରାମ ପଞ୍ଚାୟତ ର ମୋହନପୁର ଗ୍ରାମ ଏବଂ କୁଲେଇ ଗ୍ରାମ ପଞ୍ଚାୟତ ର ହରିଚନ୍ଦନପୁର ଗ୍ରାମ
ବାଲୁଗାଁ ଏନ.ଏ.ସି
୨ ନମ୍ବର ୱାର୍ଡ ଅନ୍ତର୍ଗତ ଗନ୍ତେଇ ତରେଇ କଲୋନୀ
୫ ନମ୍ବର ୱାର୍ଡ ର ଦୁଇ ଗୋଟି ଘର