ଭୁବନେଶ୍ବର : ରାଜ୍ୟରେ ଆଉ 11 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ 3 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ 2 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଅନୁଗୁଳ, ଗଞ୍ଜାମ, ଝାରସୁଗୁଡା, କନ୍ଧମାଳ, ନୂଆପଡା, ରାୟଗଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା 1308କୁ ବୃଦ୍ଧି ହୋଇଛି ।
ଖୋର୍ଦ୍ଧା ଜିଲ୍ଲାରୁ ଆଜି ତିନି ମୃତକ ରହିଥିବାବେଳେ ଭୁବନେଶ୍ବରର 40 ବର୍ଷୀୟା ମହିଳା ଓ 66 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଅନ୍ୟ ଜଣେ ଖୋର୍ଦ୍ଧାର 59 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରୁ 54 ବର୍ଷୀୟା ମହିଳା ଓ 67 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଅନୁଗୁଳୁରୁ 55 ବର୍ଷୀୟ ବ୍ୟକ୍ତି, ଗଞ୍ଜାମରୁ 62 ବର୍ଷୀୟ ବ୍ୟକ୍ତି, ଝାରସୁଗୁଡାରୁ 68 ବର୍ଷୀୟ ବ୍ୟକ୍ତି, କନ୍ଧମାଳରୁ 42 ବର୍ଷୀୟ ବ୍ୟକ୍ତି, ନୂଆପଡାରୁ 45 ବର୍ଷୀୟ ବ୍ୟକ୍ତି, ରାୟଗଡାରୁ 61ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।