Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍ତମ କିସମର ଧାନ ଦେବାକୁ କହି ‘ବାପନା’ କମ୍ପାନୀ ଦ୍ୱାରା ବିହନ ଠକେଇ ଅଭିଯୋଗ
ଆଜିର ଖବର

ଉତ୍ତମ କିସମର ଧାନ ଦେବାକୁ କହି ‘ବାପନା’ କମ୍ପାନୀ ଦ୍ୱାରା ବିହନ ଠକେଇ ଅଭିଯୋଗ

October 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଚଳିତ ଖରିଫ ଧାନ ଚାଷ କରିବା ପୂର୍ବରୁ ବିହନ ଖୋଜା ସମୟରେ ଉତ୍ତମ କିସମର ଦୀର୍ଘ ସମୟର ଧାନ ବିହନ ବୋଲି କହି ବାପନା ଧାନ ବିହନ କମ୍ପାନୀ ଦ୍ୱାରା ଚାଷୀଙ୍କୁ ଠକେଇ କରି ଛୋଟଧାନ ବିହନ ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି। ଦୁଇଫସଲି ଧାନଚାଷ ହେବା ପରେ ଚାଷି ନିଜସ୍ୱ ଧାନ ବିହନ ସଂରକ୍ଷଣ କରିପାରୁନଥିବା ସହିତ କେତେକାଂଶରେ ଅଧିକ ଅମଳ ଆଶାରେ ଚାଷିମାନେ ବିଭିନ୍ନ ହାଇବ୍ରିଡ ଧାନ ବିହନ ଖୋଜୁଥିବା ବେଳେ ଏହାର ସୁଯୋଗ ନେଇ ବାପନା ଧାନ ବିହନ କମ୍ପାନୀ ଭଳି କେତେକ କମ୍ପାନୀ ଚାଷୀଙ୍କୁ ଠକେଇ କରୁଥିବା ଚାଷୀ ମହଲରେ ଅଭିଯୋଗ ହେଉଛି।

ଗତ ଖରିଫ ଧାନ ଚାଷ ପ୍ରାରମ୍ଭରୁ କେତେଜଣ ଚାଷୀ ଜୁନାଗଡ ବ୍ଲକର ଜିଲିଂଦରସ୍ଥିତ ଚାଷ ଜମିରେ ଧାନ ଚାଷ କରିବା ପାଇଁ ବହୁ ପ୍ରଚାରିତ ବାପନା ଧାନ ବିହନ କମ୍ପାନୀର ବାହୁବଳୀ ରିସର୍ଚ୍ଚ କିସମ ଧାନ ଚାଷ କରିବା ପାଇଁ କମ୍ପାନୀର କର୍ମଚାରୀ ମାନେ ପ୍ରବର୍ତାଇଥିବାର ପ୍ରକାଶ। ବାପନା କମ୍ପାନୀ ତରଫରୁ ଏହି ବାହୁବଳୀ ରିସର୍ଚ୍ଚ କିସମ ଧାନ ଏକଶହ କୋଡିଏ ଦିନରୁ ଏକଶହ ପଚିଶ ଦିନ (୧୨୦ ରୁ ୧୨୫) ଦିନ ମଧ୍ୟରେ ଅମଳ ହେବ ବୋଲି କମ୍ପାନୀ ତରଫରୁ ଚାଷୀ ମାନଙ୍କୁ କୁହାଯାଇଥିବା ଚାଷୀ ମାନଙ୍କ ସୂତ୍ରରୁ ପ୍ରକାଶ। କିନ୍ତୁ ଧାନ ତଳିପକାଇବାର ୬୦ ଦିନ ମଧ୍ୟରେ ଧାନ ବାହାରିବାର ଆରମ୍ଭ ହୋଇଯିବା ଫଳରେ ଗଛ ବଢିପାରିନଥିବା ଏବଂ ଧାନ କେଣ୍ଡା ଆକାର ଛୋଟ ହୋଇଯାଇଥିବା ଚାଷି ମାନଙ୍କ ସୂତ୍ରରୁ ପ୍ରକାଶ। ଧାନ ଗଛ ଠିକ ଭାବେ ହୃଷ୍ଟପୃଷ୍ଟ ହୋଇପାରିନଥିବା ଏବଂ ଅଳ୍ପ କିଛି ଧାନ ବର୍ତ୍ତମାନ ପାଚିଯାଇଥିବା ଏବଂ ଆଉ କିଛି ପାଚିବାକୁ ଥିବା ବେଳେ ଏବଂ ଆଉ କିଛି ଧାନ ଗଛରେ ଧାନ ବାହାରିଥିବା ଜଣାପଡିଛି। ଏଭଳି ଅନିୟମିତତା ଭାବରେ ଧାନ ଗଛ ସବୁରେ ଧାନ ହେଉଥିବା ଚାଷିମାନେ ଅଭିଯୋଗ କରିଥିବା ଜଣାପଡିଛି। ଯାହାଫଳରେ ଧାନ ଅଧିକ ଅମଳ ହେବା ବଦଳରେ ଧାନ ଅମଳ କେବେ କରାହେବ ତାହା ମୂଖ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରିସର୍ଚ୍ଚ କିସମର ଧାନ ବୋଲି କହି ଚାଷିମାନଙ୍କୁ ଅଧିକ ଅମଳ ହେବା ଆଶା ଦେଖାଇ ବାପନା କମ୍ପାନୀ ଠକି ଦେଇଥିବା ଚାଷି ମହଲରେ ଅଭିଯୋଗ ହେଉଛି।

ସ୍ୱଳ୍ପ ମିଆଦିର ମିଶା ଧାନ ବିହନ ଯୋଗାଇ ଦେଇ ଚାଷୀମାନଙ୍କୁ ଦୀର୍ଘ ମିଆଦିର ରିସର୍ଚ୍ଚ କିସମର ଧାନ ବିହନ ବୋଲି ଠକିଦେଇଥିବା ଏହି ବାପନା କମ୍ପାନୀର କର୍ମକର୍ତ୍ତାମାନେ ବର୍ତ୍ତମାନ ଚାଷୀମାନଙ୍କୁ ଆଉ ଧରାଛୁଆଁ ଦେଉନଥିବା ଅଭିଯୋଗ ହୋଇଛି। ଏପରିସ୍ଥଳେ ଚାଷୀ କିପରି ଅଧିକ ଅମଳ କରିବ ତାହା ପ୍ରଶ୍ନବାଚୀ ହୋଇଯାଇଛି।

ଏ ସଂପର୍କରେ ଚାଷୀ ମାନଙ୍କ ପକ୍ଷରୁ କଳାହାଣ୍ଡି ଜିଲ୍ଲା ମୂଖ୍ୟ କୃଷି ଅଧିକାରୀଙ୍କ ପାଖରେ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡିଛି। କୃଷିବିଭାଗ ପଦାଧିକାରୀମାନେ ଏସଂପର୍କରେ କିଛି ମଧ୍ୟ କହୁନଥିବା ବେଳେ କଳାହାଣ୍ଡିରେ ଅନେକ ଲାଭ ଖୋର ବେପାରି ବିଭିନ୍ନ କିସମର ବିହନ ଯୋଗାଣ କରୁଥିବା ସଂପର୍କରେ କୌଣସି ତଥ୍ୟ ରଖୂନଥିବା ଜଣାପଡିଛି। ବିହନ ଯୋଗାଣ ସଂପର୍କରେ ବିଭାଗର ନିୟନ୍ତ୍ରଣ ରହୁନଥିବା ହେତୁ ଏଭଳି ବାବେ ଚାଷୀ ଶୋଷିତ ହେଉଛନ୍ତି। ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଉଚିତ ପଦକ୍ଷେପ ନେବାକୁ ଚାଷି ମହଲରେ ଦୃଢ ଦାବୀ ହେଉଛି।

ଧାନ ଚାଷ
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାଙ୍କନ ହେବ ଡିଜିଟାଲ: CBSE ର ପ୍ରସ୍ତୁତି ଆରମ୍ଭ

February 2, 2026

ନାକଟିଦେଉଳ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

February 2, 2026

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶିବସେନା ନେତାଙ୍କ ଘଟଣାସ୍ଥଳରେ ମୃତ୍ୟୁ

February 2, 2026

ରୂପା ଦରରେ ୧.୩୪ ଲକ୍ଷ ହ୍ରାସ, ୧.୩୮ ଲକ୍ଷକୁ ଖସିଲା ସୁନା!

February 2, 2026
Latest News

ବାଂଲାଦେଶକୁ ବଡ଼ ଝଟକା ଦେଲା ଭାରତ: ନିଜ କାର୍ଯ୍ୟ ପାଇଁ ପଶ୍ଚାତାପ କରିବେ ୟୁନୁସ ସରକାର

February 2, 2026

ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାଙ୍କନ ହେବ ଡିଜିଟାଲ: CBSE ର ପ୍ରସ୍ତୁତି ଆରମ୍ଭ

February 2, 2026

ନାକଟିଦେଉଳ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

February 2, 2026

“ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ICC “: ଜେଡ଼ିୟୁ, ବିଜେପିର ଆସିଲା ବଡ଼ ପ୍ରତିକ୍ରିୟା

February 2, 2026

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶିବସେନା ନେତାଙ୍କ ଘଟଣାସ୍ଥଳରେ ମୃତ୍ୟୁ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.