Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରୁଛନ୍ତି ନିଜେ ରାଜ୍ୟ ସରକାର: ଭି. ଚନ୍ଦ୍ରଶେଖର ନାଇଡ଼ୁ
ଆଜିର ଖବର

ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରୁଛନ୍ତି ନିଜେ ରାଜ୍ୟ ସରକାର: ଭି. ଚନ୍ଦ୍ରଶେଖର ନାଇଡ଼ୁ

November 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଶିକ୍ଷା ମାଫିଆଙ୍କ ଚାପରେ ଆସି ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଧ୍ୱଂସ କରୁଛନ୍ତି ଖୋଦ୍ ଓଡ଼ିଶା ସରକାର। ଆଉ ଏହାର ଜ୍ୱଳନ୍ତ ପ୍ରମାଣ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ୪୩୩ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି। ଆସନ୍ତା ୨୦୨୧-୨୨ ଶିକ୍ଷାବର୍ଷରୁ ସମଗ୍ର ଜିଲ୍ଲାରେ ୪୩୩ ସ୍କୁଲ ବନ୍ଦ ହେବାକୁ ଥିବା ବେଳେ କେବଳ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ୧୮୬ଟି ସ୍କୁଲ ବନ୍ଦ ହେବାକୁ ଯାଉଛି। କାହା ସ୍ୱାର୍ଥରେ ବିଜେଡ଼ି ନେତୃତ୍ୱାଧିନ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଲେ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡ଼ୁ ପ୍ରଶ୍ନ କରିଛନ୍ତି।

ରାଜ୍ୟରେ ଜନସଂଖ୍ୟା ବଢ଼ିଥିଲେ ମଧ୍ୟ ସ୍କୁଲଗୁଡ଼ିକୁ ଛାତ୍ରଛାତ୍ରୀ ନ ଆସିବା ନିଶ୍ଚିତ ଏକ ଉଦ୍‌ବେଗଜନକ ଘଟଣା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ ଯୁଗୋପଯୋଗୀ ନୁହେଁ, ଆଧୁନିକ ସମୟରେ ଘରୋଇ ଶିକ୍ଷାନୁଷ୍ଠାନ ତାଳଦେଇ ସରକାରୀ ବିଦ୍ୟାଳୟ ଗତିକାରିପାରୁ ନାହାନ୍ତି। ଶ୍ରୀ ନାଇଡ଼ୁ ଆହୁରି କହିଛନ୍ତି ଦେଶର ୮୬ତମ ସଂବିଧାନ ସଂଶୋଧନରେ ୬ ରୁ ୧୪ ବର୍ଷ ବୟସ ପିଲାମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଦିଆଯିବ। ଏହା ସହ କଂଗ୍ରେସ ନେତୃତ୍ୱାଧିୀନ ୟୁପିଏ-୨ ସରକାର ସମୟରେ ରାଇଟ ଟୁ ଏଜୁକେଶନ ଆରମ୍ଭ କରାଯାଇଥିଲା।

ଭାରତ ଭଳି ଏକ ଜନମଙ୍ଗଳ ରାଷ୍ଟ୍ରରେ କଂଗ୍ରେସ ସରକାର ଲୋକମାନଙ୍କର ସର୍ବନିମ୍ନ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଆସୁଥିବାବେଳେ ସଂଘୀୟ ବ୍ୟବସ୍ଥାରେ ଥିବା ଓଡ଼ିଶା ସରକାର ନାଗରିକର ମୌଳିକ ଅଧିକାରକୁ ହତ୍ୟା କରୁନାହାନ୍ତି କି ବୋଲି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଶ୍ରୀ ନାଇଡ଼ୁ ପ୍ରଶ୍ନ କରିଛନ୍ତି। ବନ୍ଦ ହେବାକୁ ଥିବା ସ୍କୁଲ ନିକଟସ୍ଥ ବଡ଼ସ୍କୁଲରେ ସାମିଲ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ପୁରୁଣା ସ୍କୁଲର ଭିତ୍ତିଭୂମି କ’ଣ ହେବ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ବନ୍ଦ ହେବାକୁ ଥିବା ସ୍କୁଲର ଶିକ୍ଷକ ତଥା ଟ୍ରେନିଂ ନେଇଥିବା ଶିକ୍ଷକ ଆଶାୟୀଙ୍କ ଚାକିରିର ଭବିଷ୍ୟତ ନେଇ ସରକାର ସୁନିଶ୍ଚିତ କରନ୍ତୁ। କଂଗ୍ରେସ ସରକାର ସମୟରେ ବିଭିନ୍ନ ଯୋଜନା ଆରମ୍ଭ ହୋଇଥିବାବେଳେ ଏହି ସବୁ ଯୋଜନା ଚାଲୁ ରଖିବା ନେଇ ବର୍ତ୍ତମାନ ସୁନିଶ୍ଚିତ କରନ୍ତୁ ବୋଲି ଶ୍ରୀ ନାଇଡ଼ୁ ଦାବି କରିଛନ୍ତି। ଗୋଟିଏ ସ୍କୁଲ ହତା ଭିତରେ ପ୍ରାଥମିକ ଓ ହାଇସ୍କୁଲ ରହିବା ଯୋଗୁଁ ଦେଖାଦେଇଥିବା ଅସମାନତା ପ୍ରତି ଦୃଷ୍ଟି ଦେବା କ’ଣ ସରକାରଙ୍କ ଦାୟିତ୍ୱ ନୁହେଁ ବୋଲି ମଧ୍ୟ ପ୍ରଶ୍ନ ଉଠିଛି।

ଶିକ୍ଷକମାନଙ୍କ ଦରମାଠାରୁ ଆରମ୍ଭ କରି ଡ଼୍ରେସ କୋଡ଼, ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ, ସବୁ କ୍ଷେତ୍ରରେ ତାରତମ୍ୟ ରହୁଛି। ତେବେ ସବୁଠାରୁ ଉଦ୍‌ବେଗଜନକ ବିଷୟ ପୂର୍ବରୁ ସ୍କୁଲର ଆବଶ୍ୟକତା ଦେଖି ସ୍କୁଲ ବିକାଶ ପାଣ୍ଠିର ଖର୍ଚ୍ଚ ହେଉଥିବାବେଳେ ଏବେ ପଞ୍ଚାୟତ ଏ ପାଣ୍ଠିର ଖର୍ଚ୍ଚ କରୁଛି, ଯାହାକି ସମନ୍ୱୟର ଅଭାବ ବୋଲି ସେ କହିଛନ୍ତି। ତେଣୁ ତୁରନ୍ତ ସ୍କୁଲ ବନ୍ଦ ନିଷ୍ପତ୍ତି ସରକାର ପ୍ରତ୍ୟାହାର କରି ସ୍କୁଲରେ କାହିଁକି ପିଲା ବଢ଼ୁନାହାନ୍ତି ଏବଂ ସ୍କୁଲଗୁଡ଼ିକର ମୌଳିକ ସମସ୍ୟା ସମାଧାନ କରିବାକୁ ସେ ଦାବି କରିଛନ୍ତି।

ଓଡିଶା ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.