Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିର୍ତ୍ତୋଲ ଉପନିର୍ବାଚନ : ୬୯.୬୦ ପ୍ରତିଶତ ମତଦାନ
ଆଜିର ଖବର

ତିର୍ତ୍ତୋଲ ଉପନିର୍ବାଚନ : ୬୯.୬୦ ପ୍ରତିଶତ ମତଦାନ

November 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ତିର୍ତ୍ତୋଲ ବିଧାନସଭା ଉପ-ନିର୍ବାଚନର ମତଦାନ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି। ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ଅପରାହ୍ନ ୫ଟା ଠାରୁ ସଂଧ୍ୟା ୬ଟା ମଧ୍ୟରେ ୮୦ ବର୍ଷରୁ ଅଧିକ ଭୋଟର ,କରୋନା ସଂକ୍ରମିତ ଏବଂ କରୋନା ସନ୍ଦିଗ୍ଧ ଭୋଟର ମାନେ ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇ ସେମାନଙ୍କର ମତଦାନ ସାବ୍ୟସ୍ତ କରିଥିଲେ। ସଂଧ୍ୟା ୬ଟା ସୁଦ୍ଧା ୬୯.୬୦ ଶତକଡ଼ା ମତଦାନ ହୋଇଥିବା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ନିର୍ବାଚନମଣ୍ଡଳୀର ମୋଟ୍ ୨ଲକ୍ଷ ୩୭ହଜାର ୨୮୨ ଭୋଟରଙ୍କ ମଧ୍ୟରୁ ଭୋଟ ଦେଇଛନ୍ତି ସମୁଦାୟ ୧ଲକ୍ଷ ୬୫ହଜାର ୧୫୮ଜଣ ଭୋଟର ମତଦାନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୮୪ହଜାର ୬୯୧ ଜଣ ପୁରୁଷ ଭୋଟର ହୋଇଥିବା ବେଳେ ୮୦ହଜାର ୪୬୫ଜଣ ମହିଳା ଭୋଟର ଓ ଅନ୍ୟାନ୍ୟ ୨ଜଣ ଭୋଟର ଅଟନ୍ତି।

ଏଥିସହିତ ବିରିଡ଼ି ବ୍ଲକରୁ ସମୁଦାୟ ୪୭ହଜାର ୮୫୧ଜଣ ଭୋଟର ମତଦାନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫ହଜାର ୬୭ଜଣ ପୁରୁଷ ଭୋଟର ହୋଇଥିବା ବେଳେ ୨୨ହଜାର ୭୮୩ଜଣ ମହିଳା ଭୋଟର ଓ ଅନ୍ୟାନ୍ୟ ଭୋଟର ଜଣେ ଅଟନ୍ତି। ସେହିପରି ରଘୁନାଥପୁର ବ୍ଲକରୁ ସମୁଦାୟ ୪୭ହଜାର ୭୯୦ ଜଣ ଭୋଟର ମତଦାନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪ହଜାର ୭୨୫ଜଣ ପୁରୁଷ ଭୋଟର ହୋଇଥିବା ବେଳେ ୨୩ହଜାର ୬୫ଜଣ ମହିଳା ଭୋଟର ଅଟନ୍ତି।  ସେହିପରି ତିର୍ତ୍ତୋଲ ବ୍ଳକରୁ ସମୁଦାୟ ୬୯ ହଜାର ୫୧୭ଜଣ ଭୋଟର ମତଦାନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪ହଜାର ୮୯୯ଜଣ ପୁରୁଷ ଭୋଟର ହୋଇଥିବା ବେଳେ ୩୪ହଜାର ୬୧୭ଜଣ ମହିଳା ଭୋଟର ଓ ଅନ୍ୟାନ୍ୟ ଜଣେ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି।

ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଉପସ୍ଥିତ ରହି ଏହି ନିର୍ବାଚନ କାର୍ଯ୍ୟକୁ ପରିଚାଳନା କରିଥିଲେ। ଜିଲ୍ଲାପାଳଙ୍କୁ ନିର୍ବାଚନ କାର୍ଯ୍ୟ ପରିଚାଳନାରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଚିନ୍ମୟୀ ବିଶ୍ୱାଳ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ,ଉପ-ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ଅଧିକାରୀ ଜ୍ୟୋତି ପ୍ରକାଶ ବେହେରା ,ବାଲିକୁଦା ତହସିଲଦାର ସିଦ୍ଧାର୍ଥ ଶଙ୍କର ସାହୁ, ଜଗତସିଂହପୁର ତହସିଲଦାର ମାନସ ରଞ୍ଜନ ଭୋଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ,ସହାୟକ ଜିଲ୍ଲାପାଳ ଦିନେଶ ମିଶ୍ର, ଡେପୁଟି କଲେକ୍ଟର ଅଜୟ କୁମାର ମହାନ୍ତି ପ୍ରମୁଖ ସହାୟତା କରିଥିଲେ। ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ପି.ରାଜେନ୍ଦ୍ର ଚୋଲନ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଆର୍ ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ରକୁ ପରିଦର୍ଶନରେ ଯାଇ କୋଭିଡ୍ ୧୯ ମାର୍ଗଦର୍ଶିକା ଅନୁଯାୟୀ ନିର୍ବାଚନ ପରିଚାଳନା ଓ ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

କୋର୍ଟ ଚାଲିଥିବା ବେଳେ ଭାରତର ମୁଖ୍ୟ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ଓକିଲ

October 6, 2025

ଭୁବନେଶ୍ବର କଳ୍ପନା ଟକିଜ୍ ମାଲିକ ତଥା ବାୟୁସେନାର ପ୍ରାକ୍ତନ ବୈମାନିକ ସୂର୍ଯ୍ୟ କୁମାର ନନ୍ଦଙ୍କ ଦେହାନ୍ତ

October 6, 2025

ସୋଆ ଆଇବିସିଏସ୍ ଏବଂ ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ‘ସ୍ୱଚ୍ଛତା ଅଭିଯାନ’ କାର୍ଯ୍ୟକ୍ରମ ଆୟୋଜିତ

October 6, 2025

ସମ୍ ହସ୍ପିଟାଲ୍‌-୨ରେ ରାଡିଏଲ୍ ଇବିୟୁଏସ୍‌-ଗାଇଡେଡ୍ କ୍ରାୟୋବାୟୋପ୍ସି ପ୍ରକ୍ରିୟାରେ ଚିକିତ୍ସା: ଓଡ଼ିଶାରେ ପ୍ରଥମ

October 6, 2025
Latest News

କୋର୍ଟ ଚାଲିଥିବା ବେଳେ ଭାରତର ମୁଖ୍ୟ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ଓକିଲ

October 6, 2025

ଭୁବନେଶ୍ବର କଳ୍ପନା ଟକିଜ୍ ମାଲିକ ତଥା ବାୟୁସେନାର ପ୍ରାକ୍ତନ ବୈମାନିକ ସୂର୍ଯ୍ୟ କୁମାର ନନ୍ଦଙ୍କ ଦେହାନ୍ତ

October 6, 2025

ସୋଆ ଆଇବିସିଏସ୍ ଏବଂ ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ‘ସ୍ୱଚ୍ଛତା ଅଭିଯାନ’ କାର୍ଯ୍ୟକ୍ରମ ଆୟୋଜିତ

October 6, 2025

ବିହାର ନିର୍ବାଚନ ପୂର୍ବରୁ ଆଶ୍ଚର୍ଯ୍ୟଜନକ ସର୍ଭେ: ପୁଣି ମହାଗଠବନ୍ଧନକୁ ଝଟକା ଦେଇପାରେ NDA

October 6, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଜନଶୁଣାଣି ଶିବିର

October 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.