ଭୁବନେଶ୍ବର: ରାଜ୍ୟରେ ଆଉ 14 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ବର ଓ ମୟୂରଭଞ୍ଜରୁ ତିନିଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଟକ ଓ ସୁନ୍ଦରଗଡ ଜିଲ୍ଲାରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଗଞ୍ଜାମ, ନୟାଗଡ଼, ନବରଙ୍ଗପୁରଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1378କୁ ବୃଦ୍ଧି ହୋଇଛି।
ଭୁବନେଶ୍ବରରୁ ତିନି ମୃତକଙ୍କ ମଧ୍ୟରେ 66ବର୍ଷୀୟ, 50 ବର୍ଷୀୟ, 63 ବର୍ଷୀୟ ଆକ୍ରାନ୍ତ ରହିଥିବାବେଳେ ମୟୂରଭଞ୍ଜରୁ ଜଣେ 65 ବର୍ଷୀୟା ମହିଳା, 60 ବର୍ଷୀୟ ଓ 90 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି କଟକରୁ 62 ବର୍ଷୀୟା ମହିଳା, 56 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ 83 ବର୍ଷୀୟ ପୁରୁଷ ଓ 53 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମରୁ 42 ବର୍ଷୀୟ ଆକ୍ରାନ୍ତ, ନୟାଗଡାରୁ 81ବର୍ଷୀୟ ଆକ୍ରାନ୍ତ, ନବରଙ୍ଗପୁରରୁ 28 ବର୍ଷୀୟ ଯୁବକ, ସମ୍ବଲପୁରୁର 70 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।