ଭୁବନେଶ୍ବର : 2021 ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ନିମେନ୍ତ ପୂରଣ ଓ ପରୀକ୍ଷା ଫିସ୍ ଦାଖଲ ସମ୍ପର୍କିତ ସୂଚନା ପ୍ରଦାନ କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ । ଆସନ୍ତା 2021 ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (ରେଗୁଲାର୍ଓ ଏକ୍ସ-ରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ ଓ ପରୀକ୍ଷା ଫିସ୍ ଦାଖଲ ଅନୁଷ୍ଠିତ ହେବ ।
2021 ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ନିମେନ୍ତ ବିଦ୍ୟାଳୟରେ ପଢୁଥିବା ଛାଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ଫର୍ମ ପୂରଣ କରିପାରିବେ ।
ରେଗୁଲାର୍ ପରୀକ୍ଷାର୍ଥୀ ଏବଂ ଏକ୍ସ ରେଗୁଲାର୍ ପରୀକ୍ଷାର୍ଥୀମାନେ ସେମାନଙ୍କ ବିଦ୍ୟାଳୟର ମୁଖ୍ୟ ଫର୍ମପୂରଣ କରିବେ। ସେହିପରି କରସେପଣ୍ଡେନ୍ସ କୋର୍ସ ରେଗୁଲାର୍ ପରୀକ୍ଷାର୍ଥୀ ଓ କରେସପଣ୍ଡେନ୍ସ କୋର୍ସ ଏକ୍ସ ରେଗୁଲାର୍ ପରୀକ୍ଷାର୍ଥୀମାନଙ୍କର ଫର୍ମପୂରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟରେ ହେବ ।
ଫର୍ମ ପୂରଣ କରିବାର ଧାର୍ଯ୍ୟ ତାରିଖ ଓ ସମୟ
1-ଆସନ୍ତା 9 /11.2020ରିଖ ସକାଳ 10 ଘଟିକାରୁ ଫର୍ମ ପୂରଣ ଆରମ୍ଭ ହେବ । ତେବେ ବିନା ଜରିମାନା ସହ ଫିସ୍ ଦାଖଲର ଶେଷ ତାରିଖ 23/11/2020 ରାତ୍ରି 11.45 ପର୍ଯ୍ୟନ୍ତ ରହିଛି
2-ସେହିପରି ଜରିମାନା ସହ ଫର୍ମ ଦାଖଲର ଶେଷ ତାରିଖ 24/11.2020ରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ରହିଛି ।
3-ଜରିମାନା ସହ ଫିସ୍ ଦାଖଲ ତାରିଖ 24/11/2020ଠାରୁ 1/12/2020 ରାତ୍ର 11.45 ପର୍ଯ୍ୟନ୍ତ ରହିଛି ।
4-ଜରିମାନା ସହ ଫର୍ମ ଦାଖଲର ଶେଷ ତାରିଖ 02/12/202 ମଧ୍ୟ ରାତ୍ର ପର୍ଯ୍ୟନ୍ତ ରହିଛି ।
ସେହିପରି ଫର୍ମ ପୂରଣ ନିମନ୍ତେ ଅନଲାଇନ୍ ଲିଙ୍କ୍, ସବିଶେଷ ନିର୍ଦ୍ଦେଶାବଳୀ ଓ ଷ୍ଟେପ୍ ବାଇ ଷ୍ଟେଫ୍ ଇନଷ୍ଟ୍ରକ୍ସନ୍ www.bseodisha.ac.in website ମାଧ୍ୟମରେ ଉପରୋକ୍ତ ସମୟ ମଧ୍ୟରେ ଉପଲବ୍ଧ ହେବ ।