ଭୁବନେଶ୍ବର : ଆମର ଖାଇବା ଶୈଳୀ ଆମର ଆଚରଣକୁ ଦର୍ଶାଇଥାଏ । ଭୋଜନକୁ ସମ୍ମାନ ସହ ଓ ଶ୍ରଦ୍ଧାର ସହ ଗ୍ରହଣ କରିବା ଉଚିତ୍ । କାରଣ ଶାସ୍ତ୍ରରେ ଅନ୍ନକୁ ଦେବତାଙ୍କ ସ୍ଥାନ ଦିଆଯାଇଛି । ଭୋଜନ ପୂର୍ବରୁ କିଛି ନିୟମ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ । ଯେଉଁ ବ୍ୟକ୍ତି ଏହି ସମସ୍ତ ନିୟମର ପାଳନ କରିଥାଏ, ସେ ସର୍ବଦା ସୁସ୍ଥ ରହିବା ସହିତ ତାଙ୍କ ଉପରେ ଦେବତା ପ୍ରସନ୍ନ ରହିଥାନ୍ତି । ହିନ୍ଦୁ ଧର୍ମରେ ଅନ୍ନଙ୍କୁ ଦେବତାଙ୍କର ସ୍ଥାନ ଦିଆଯାଇଛି। ଏବଂ ତାଙ୍କର ଅନାଦାର ଅନସ୍ବୀକାର୍ଯ୍ୟ ।
ଯେଉଁ ବ୍ୟକ୍ତି ମୁହଁ – ହାତ ନ ଧୋଇ ତଥା ଅସନା ଜାଗାରେ ବସି କରି ଭୋଜନ କରେ, ସେ ସର୍ବଦା ଖରାପ ଆର୍ଥିକ ସ୍ଥିତିରେ ଗତି କରେ । ତା’ ପାଖେ ସର୍ବଦା ଅନ୍ନର ଅଭାବ ପରିଲକ୍ଷିତ ହେବା ସହିତ ସ୍ବାସ୍ଥ୍ୟ ମଧ୍ୟ ଖରାପ ରହିଥାଏ । ତେଣୁ ସର୍ବଦା ଭୋଜନ ଗ୍ରହଣ ପୂର୍ବରୁ ମୁହଁ ହାତ ଧୋଇ ଭୋଜନ କରିବା ଉଚିତ୍ । ସେହିପରି ଭୋଜନ ସର୍ବଦା ପରିଷ୍କାରରେ ସ୍ଥାନରେ କରିବା ଉଚିତ୍ ।
ସେହିପରି ଯେଉଁ ବ୍ୟକ୍ତି ସ୍ନାନ ପରେ ଭୋଜନ କରେ, ସେ ସ୍ବାସ୍ଥ୍ୟ ସମସ୍ୟାରୁ ଦୂରରେ ରହିବା ସହିତ ତା’ ସହିତ ସର୍ବଦା ଭଲ ହୋଇଥାଏ ।
ବିଛଣାରେ ବା ଚୌକି, ସୋଫାରେ ବସି କରି ଭୋଜନ ଗ୍ରହଣ କରିବାକୁ ଧାର୍ମିକ ଦୃଷ୍ଟିରୁ ଭୁଲ୍ ବୋଲି ବିବେଚନା କରାଯାଏ । ଏହି ମୁଦ୍ରାରେ ବସି ଖାଇବା ଦ୍ବାରା ଆମର ଭୋଜନ ଭଲ ରୂପେ ପାଚନ ହୋଇପାରେ ନାହିଁ । ଏହାର ପୋଷକ ତତ୍ତ୍ବ ଆମ ଶରୀରକୁ ମିଳିପାରିନଥାଏ । ତଳେ ବସି ଆରାମରେ ଚକା ପକାଇ ଭୋଜନ ଗ୍ରହଣ କରିବା ଦ୍ବାରା ଏହା ଶୀଘ୍ର ହଜମ ହୋଇଥାଏ, ଏବଂ ଏହା ଦ୍ବାରା ଆମର ସ୍ବାସ୍ଥ୍ୟବସ୍ଥା ଠିକ୍ ରହିଥାଏ ।
ସେହିପରି କେଉଁ ଦିଗକୁ ମୁହଁ କରି ଭୋଜନ ଗ୍ରହଣ କରିବା, ତାହା ସମ୍ପର୍କରେ ମଧ୍ୟ ଆମ ଶାସ୍ତ୍ରରେସୂଚନା ଦିଆଯାଇଛି । ଭୋଜନ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଖାଇବା ଉଚିତ୍ । ଏହା ଦ୍ବାରା ମନୁଷ୍ୟର ଆୟୁ ଓ ଧନ ବଢିଥାଏ । ତେବେ ଦକ୍ଷିଣ ଦିଗକୁ ମୁହଁ କରି ଖାଇବା ଦ୍ବାରା ପ୍ରେତତ୍ବ ପ୍ରାପ୍ତି ହୋଇଥାଏ । ପଶ୍ଚିମ ଆଡକୁ ମୁହଁ କରି ଖାଇଲେ ମନୁଷ୍ୟ ସର୍ବଦା ରୋଗୀ ରହିଥାଏ ।