ହଠାତ ଲାଲକୃଷ୍ଣ ଆଡଭାନୀଙ୍କ ଘରେ ପହଁଞ୍ଚିଲେ ମୋଦୀ, ସାହା ଏବଂ ନଡ୍ଡା , କାହିଁକି ଜାଣନ୍ତି

Published: Nov 8, 2020, 12:17 pm IST

ନୂଆଦିଲ୍ଲୀ, ବିଜେପିର ବରିଷ୍ଠ ନେତା ତଥା ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ଘରେ ଆଜି ସକାଳେ ବିଜେପିର ତୁଙ୍ଗ ନେତାମାନେ ପହଁଚିଗଲେ। ସେମାନଙ୍କ ମଧ୍ୟରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ସାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଆହୁରି ଅନେକ। ସମସ୍ତଙ୍କ ହାତରେ ଫୁଲ ତୋଡା। କାରଣ କଣ ଜାଣିବା ପରେ ଜଣାପଡିଲା ଯେ, ଆଜି ହେଉଛି ଆଡଭାନୀଙ୍କ ଜନ୍ମଦିନ।

ଭାରତ ରାଜନୈତିକ ଇତିହାସରେ ଲାଲକୃଷ୍ଣ ଆଡଭାନୀ ହେଉଛନ୍ତି ଜଣେ ନମସ୍ୟ ବ୍ୟକ୍ତିତ୍ବ। ଆଜି ସେ 93 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେଥାପଇଁ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବିଜେପିର ବରିଷ୍ଠ ନେତାଗଣ ତାଙ୍କ ଘରେ ଭିଡ କରିଥିଲେ। ଆଡଭାନୀଙ୍କ ଏହି ଜନ୍ମଦିନରେ କେକ କଟା ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଦୀଙ୍କ ସହିତ ଅମିତ ସାହା, ଜେପି ନଡ୍ଡା ଏବଂ ତାଙ୍କ ପରିବାର ଲୋକେ ଉପସ୍ଥିତ ଥିଲେ। ଆଡଭାନୀଙ୍କ ହାତ ଧରି ମୋଦୀ ଏହି କେକ କାଟିଥିଲେ। ଆଉ ଆଡଭାନୀଙ୍କୁ ଖାଇବାକୁ ମଧ୍ୟ ଦେଇଥିଲେ।

Related posts