ଭୁବନେଶ୍ବର: ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଓ କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ତିନିଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁର ଜିଲ୍ଲାରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ବର, ବରଗଡ଼, ବୌଦ୍ଧ, କଟକ, ଯାଜପୁର, ମୟୂରଭଞ୍ଜ, ନୟାଗଡ଼, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1441 ବୃଦ୍ଧି ହୋଇଛି।
ଖୋର୍ଦ୍ଧା ଜିଲ୍ଲାରୁ ତିନି ମୃତକ ରହିଥିବାବେଳେ 65 ବର୍ଷୀୟ ପୁରୁଷ, 62 ବର୍ଷୀୟ ପୁରୁଷ, 53 ବର୍ଷୀୟ ଜଣେ ବୟସ୍କଙ୍କ ମୃତ୍ୟୁ ହୋଇଛି । କେଉଁଝରରୁ 80 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇ ମୃତକଙ୍କ ମଧ୍ୟରେ 55 ବର୍ଷୀୟ ପୁରୁଷ ଓ 38 ବର୍ଷୀୟ ପୁରୁଷ ରହିଛନ୍ତି । ସମ୍ବଲପୁରୁରୁ 70 ବର୍ଷ ଓ 90 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ରାଉରକେଲାରୁ 45 ବର୍ଷୀୟ ପୁରୁଷ ରହିଥିବାବେଳେ, ନୟାଗଡରୁ 51 ବର୍ଷୀୟ ପୁରୁଷ, ମୟୂରଭଞ୍ଜରୁ 65 ବର୍ଷୀୟ ପୁରୁଷ ଆକ୍ରାନ୍ତ ରହିଥିବାବେଳେ ଯାଜପୁରୁରୁ 46 ବର୍ଷୀୟ ପୁରୁଷ, କଟକରୁ 75 ବର୍ଷୀୟ ପୁରୁଷ, ବୌଦ୍ଧରୁ 64 ବର୍ଷୀୟ ପୁରୁଷ, ବରଗଡରୁ 57 ବର୍ଷୀୟ ପୁରୁଷ, ବାଲେଶ୍ବରରୁ 55 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।