ଭୁବନେଶ୍ବର : ଏକକ ପିଜି ଏଣ୍ଟ୍ରାନ୍ସ ମେରିଟ୍ ଲିଷ୍ଟ୍ ପ୍ରକାଶନ ତାରିଖ ଘୁଞ୍ଚାଇଲେ ସରକାର । 17 ସୁଦ୍ଧା ସାମ୍ସ ପୋର୍ଟାଲ୍ରେ ଗ୍ରାଜୁଏସନ୍ ମାର୍କ ଅପଲୋଡ୍ କରିପାରିବେ ପିଲା । ନଭେମ୍ବର 21 ତାରିଖରେ ପ୍ରକାଶ ପାଇବ ରାଜ୍ୟସ୍ତରୀୟ ମେରିଟ୍ ଲିଷ୍ଟ୍ । ଡିସେମ୍ବର 21ରେ ଶେଷ ହେବ ପିଜି ଆଡମିଶନ ପ୍ରକ୍ରିୟା । ପିଜି ଏଣ୍ଟ୍ରାନ୍ସ ମେରିଟ୍ ଲିଷ୍ଟ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ଚଳିତ ବର୍ଷ ପ୍ରଥମ କରି ଏକକ ପିଜି ନାମଲେଖା ପ୍ରକ୍ରିୟା ହେଉଛି। ଏଥିପାଇଁ ପ୍ରବେଶିକା ପରୀକ୍ଷା ମଧ୍ୟ ଶେଷ ହୋଇସାରିଛି। ତେବେ ଏହାର ଫଳ ନଭେମ୍ବର ୧୦ ତାରିଖରେ ବାହାରିବାର ଥିଲା। ହେଲେ ଏବେ ଏହାକୁ ନଭେମ୍ବର 16କୁ ଘୁଞ୍ଚାଇ ଦିଆଯାଇଥିଲା । ପୁନର୍ବାର ଏହାକୁ ନଭେମ୍ବର 21 ତାରିଖରେ ପ୍ରକାଶିତ ହେବ । ନଭେମ୍ବର 21 ତାରିଖରେ ରାଜ୍ୟସ୍ତରୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ, ଯାହା ଅନୁସାରେ ପିଲାମାନଙ୍କ ନାମଲେଖା ହେବ।