Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଷ୍ଟ୍ରେଲିଆରେ ସମ୍ମାନିତ ହେଲେ ତିନି ଓଡ଼ିଆ ଯୁବ ଗବେଷକ
ଆଜିର ଖବର

ଅଷ୍ଟ୍ରେଲିଆରେ ସମ୍ମାନିତ ହେଲେ ତିନି ଓଡ଼ିଆ ଯୁବ ଗବେଷକ

November 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ଓଡ଼ିଆ ଯୁବ ଗବେଷଣାକାରୀ ଡ. ରଞ୍ଜିତ୍ ପାଣିଗ୍ରାହୀ, ଡ. ଆକାଶ କୁମାର ଭୋଇ ଓ ଡ ପ୍ରଦୀପ କୁମାର ମଲ୍ଲିକ ତଥା ତାଙ୍କ ସହଯୋଗୀଙ୍କ ମିଳିତ ଉଦ୍ୟମରେ ଅଷ୍ଟ୍ରେଲୀୟ ଇନୋଭେସନ୍ ପେଟେଣ୍ଟ (ଆଇ.ପି) ଏବଂ ଅନୁଦାନକୁ ସୁରକ୍ଷିତ କରିବାରେ ସଫଳ ହୋଇଛନ୍ତି । ମେସିନ୍ ଲର୍ଣ୍ଣିଂ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସର ଗବେଷଣା କ୍ଷେତ୍ରରେ ଏମାନଙ୍କର ଅକ୍ଳାନ୍ତ ଶ୍ରମସାଧନ ପରିଶେଷରେ ସାର୍ଥକ ହୋଇଛି ।

ମେସିନ୍ ଲର୍ଣ୍ଣିଂ ହେଉଛି କୃତ୍ରିମ ବୁଦ୍ଧିମତ୍ତା ,ଯାହାର ପ୍ରୟୋଗ ଦ୍ୱାରା ସିଷ୍ଟମ୍ ଗୁଡ଼ିକୁ ସ୍ୱୟଂଚାଳିତ ଭାବେ ଶିଖିବା ଏବଂ ଅଭିଜ୍ଞତାରୁ ଉନ୍ନତି ସାଧନ କରିବାର କ୍ଷମତା ପ୍ରଦାନ କରିଥାଏ । ଏହା କମ୍ପ୍ୟୁଟର ପ୍ରୋଗ୍ରାମ୍‌ ବିକାଶ ଉପରେ ବିଶେଷ ଧ୍ୟାନ ଦେଇଥାଏ । ଇଣ୍ଟରନେଟ୍ ମାଧ୍ୟମରେ ଅନ୍ୟାନ୍ୟ ଉପକରଣ ତଥା ତଥ୍ୟ ସଂଯୋଗ ଓ ଆଦାନ ପ୍ରଦାନ କ୍ଷେତ୍ରରେ ଏହା ପୂର୍ଣ୍ଣ ରୂପେ କାର୍ଯ୍ୟ କରିପାରିବ। ପ୍ରଥମ ଅଷ୍ଟ୍ରେଲୀୟ ଆଇ.ପି, ମେସିନ୍ ଲର୍ଣ୍ଣିଂ ଏବଂ ଆଇ.ଓ.ଟିଆଧାରିତ ସ୍ମାର୍ଟ ସେଲ୍ଫ୍ ଆଡଜଷ୍ଟିଂ ପଟିସିଟ୍, ୨୮ ଅକ୍ଟୋବର ୨୦୨୦ରେ ପ୍ରଦାନ କରାଯାଇଛି ।

ଏହା ସାଧାରଣତଃ ଉପଭୋକ୍ତାଙ୍କ ଉଚ୍ଚତା ଏବଂ ଅଣ୍ଟା ଆକାର ଉପରେ ଆଧାର କରି ସ୍ୱୟଂଚାଳିତ ଭାବେ କାର୍ଯ୍ୟ କରେ । ସ୍ମାର୍ଟ ଟୟଲେଟ୍କୁ କାର୍ଯ୍ୟକାରିତା ସହିତ ସ୍ୱଚ୍ଛତା ବଜାୟ ରଖିବାରେ ଏହା ବିଶେଷ ଧ୍ୟାନ ଦେଇଥାଏ । ଦ୍ୱିତୀୟ ଅଷ୍ଟ୍ରେଲୀୟ ଆଇ.ପି ମେସିନ୍ ଲର୍ଣ୍ଣିଂ ଆଧାରିତ, ଯାହାକି ୧୧ ନଭେମ୍ବର ୨୦୨୦ରେ ପ୍ରଦାନ କରାଯାଇଛି । ବ୍ୟକ୍ତିଗତ ଶାରୀରିକ ସୁସ୍ଥତା ସହିତ ଏହା ଜଡିତ ।

ଏହା ବିଶେଷ ଭାବେ ୟୁଜରର୍ସର ପ୍ରତିଛବି ପ୍ରତିଫଳିତ କରିବା ସହ ତାଙ୍କ ସମ୍ପର୍କରେ ପୂର୍ଣ୍ଣ ସୂଚନା ପ୍ରଦାନ କରିଥାଏ । ଏହା ଦର୍ପଣରେ ପ୍ରଦର୍ଶିତ ଗତିବିଧିକୁ ଅନୁକରଣ କରିବାକୁ ଉଭୋକ୍ତାଙ୍କୁ ନିଦେ୍ର୍ଧଶ ଦେଇଥାଏ ।ଓଡ଼ିଆ ଯୁବ ଅନୁସନ୍ଧାନକାରୀଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି, ଯାହାକି ଅନ୍ୟମାନଙ୍କୁ ନୂତନ ମାର୍ଗ ପ୍ରଦର୍ଶନ କରିବ ।

ଏହି ପ୍ରତିଭାବାନ୍ ଯୁବକମାନେ ହେଉଛନ୍ତି ଡ. ରଞ୍ଜିତ୍ ପାଣିଗ୍ରାହୀ,ଅଧୁନା ଆସିଷ୍ଟାଣ୍ଟ୍ ପ୍ରଫେସର କମ୍ପ୍ୟୁଟର ଆପ୍ଲିକେସନ୍ ବିଭାଗ, ମଣିପାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜି ସିକିମରେ କାର୍ଯ୍ୟରତ । ସେ ନୂଆ ଶାସନ ଭଦ୍ରକ ନିବାସୀ ସ୍ୱର୍ଗତଃ ପିତା ପୀତବାସ ପାଣିଗ୍ରାହୀ ଏବଂ ଅନ୍ନପୂର୍ଣ୍ଣା ପାଣିଗ୍ରାହୀଙ୍କ ସୁପୁତ୍ର ଅଟନ୍ତି । ଡ. ଆକାଶ କୁମାର ଭୋଇ , ଆସିଷ୍ଟାଣ୍ଟ୍ ପ୍ରଫେସର ଇଲେକ୍ଟ୍ରିକାଲ୍ ଏବଂ ଇଲୋକ୍ଟ୍ରୋନିକ୍ସ୍ ଇଞ୍ଜିନୟରିଂ ମଣିପାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ଟେକ୍ନୋଲୋଜି, ସିକିମ୍‌ରେ କାର୍ଯ୍ୟରତ । ସେ ବାବୁବନ୍ଧ ସମ୍ବଲପୁର ନିବାସୀ ଦେବାନନ୍ଦ ଭୋଇ ଏବଂ  କୃଷ୍ଣା ଭୋଇଙ୍କ ସୁସନ୍ତାନ ଅଟନ୍ତି ।

ଡ. ପ୍ରଦୀପ କୁମାର ମଲ୍ଲିକ୍ ଆସୋସିଏଟ୍ ପ୍ରଫେସର କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭାଗରେ କିଟ୍ ଡିମଡ୍ ୟୁନିଭରସିଟିରେ କାର୍ଯ୍ୟରତ । ସେ ରଘୁନାଥପୁର କେନ୍ଦୁଝର ନିବାସୀ ତଥା ସୁବାସ ଚନ୍ଦ୍ର ମଲ୍ଲିକ୍ ଏବଂ ସରସ୍ୱତୀ ମଲ୍ଲିକଙ୍କ ସୁପୁତ୍ର ଅଟନ୍ତି । ଓଡ଼ିଆ ପୁଅ ଭାବେ ଏହି ସଫଳତା ପାଇଥିବାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବସାଧାରଣ ସ୍ଥାନରେ ଫୁଟିପାରିବ ନାହିଁ ବାଣ: ବମ୍ବେ ହାଇକୋର୍ଟ

October 15, 2026

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ବୃଦ୍ଧି

October 15, 2026

ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜ୍ୟପାଳଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

October 15, 2026

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ‘ସୁରଭି-୨୦୨୬’ ଉଦଯାପିତ

October 15, 2026
Latest News

ଖାଦ୍ୟ ବିଷାକ୍ତ କାରଣରୁ ୮୪ ସୀମା ସୁରକ୍ଷା ବଳ ଯବାନ ହସ୍ପିଟାଲରେ ଭର୍ତ୍ତି

October 15, 2026

ସର୍ବସାଧାରଣ ସ୍ଥାନରେ ଫୁଟିପାରିବ ନାହିଁ ବାଣ: ବମ୍ବେ ହାଇକୋର୍ଟ

October 15, 2026

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ବୃଦ୍ଧି

October 15, 2026

ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜ୍ୟପାଳଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

October 15, 2026

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ‘ସୁରଭି-୨୦୨୬’ ଉଦଯାପିତ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.