ଭୁବନେଶ୍ବର : ରାଜ୍ୟ ସିଙ୍ଗଲ୍ ଓ୍ବିଣ୍ଡୋ କ୍ଲିୟରାନ୍ସ କମିଟିରେ 4ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । 4ଟି ପ୍ରକଳ୍ପରେ 464.72 କୋଟି ନିବେଶ ହେବ । ଏହି ପ୍ରକଳ୍ପରେ 873ଜଣ ନିଯୁକ୍ତି ପାଇବେ । ଏହି ପ୍ରକଳ୍ପ ମଧ୍ୟରେ ଖୋର୍ଦ୍ଧା ମଳିପଡାରେ ଫାଇବର ବୋର୍ଡ କାରଖାନା କରିବ ଗାଲାକ୍ସ ଇଣ୍ଡଷ୍ଟ୍ରି । ଏହି ଫାଇବରବୋର୍ଡ କାରଖାନାରେ 93 କୋଟି ନିବେଶ ହେବ । ଏଥିରେ 310 ଜଣ ନିଯୁକ୍ତି ହେବ । ସେହିପରି ଖୋର୍ଦ୍ଧା ଓ ନୟାଗଡରେ ଇଥାନଲ ପ୍ଲାଣ୍ଟ ନିର୍ମାଣ ହେବ । ଏହି ପ୍ଲାଣ୍ଟରେ 151 କୋଟି ନିବେଶ ହେବ ଏଥିରେ 300 ଜଣ ନିଯୁକ୍ତି ପାଇବେ । ଲାଠିକଟାରେ ପେଲେଟ୍ ପ୍ଲାଣ୍ଟ କରିବ ଏନ୍ଭିରୋକେୟାର । ଏଥିରେ 195 ଜଣ ନିଯୁକ୍ତି ପାଇବେ ବୋଲି ସୂଚନା ରହିଛି । ଏନ୍ଭିରୋକେୟାର ସ୍ଲରି ପାଇପଲାଇନ୍ ପ୍ଲାଣ୍ଟ କରିବ । ଏଥିରେ 100 କୋଟି ନିବେଶ ହେବ ।