Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାରି ଦଫା ଦାବି ନେଇ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ
ଆଜିର ଖବର

ଚାରି ଦଫା ଦାବି ନେଇ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

November 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ଗଞ୍ଜାମ : ଚାରି ଦଫା ଦାବି ନେଇ ଆଜି ଗଂଜାମ ଜିଲ୍ଲା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଂଜାମ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟଳୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ –

(୧)ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଥିବା ଗଂଜାମରେ ୪୩୩ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବନ୍ଦ କରାଯିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ।

(୨)ତୁରନ୍ତ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ବାହାର କରିବା ।

(୩)ଭିତ୍ତିଭୂମି ନଥିବା ତଥା ବିନା ସିଓଆର୍ ଏବଂ ଏନ୍‌ଓସିରେ ଚାଲିଥିବା ବେସରକାରୀ ସ୍କୁଲ ଚିହ୍ନଟ କରି ବନ୍ଦ କରିବା ।

(୪)ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଶିକ୍ଷକଙ୍କୁ ଚିହ୍ନଟ କରି ଚାକିରିରୁ ବହିଷ୍କାର କରିବା ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡ଼ିକ ବନ୍ଦ ଏବଂ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହିକ୍ରମରେ ଗଂଜାମ ଜିଲ୍ଲାରେ ପ୍ରାୟ ୪୩୩ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବାକୁ ଯାଉଛି । ତେବେ ଏଠାରେ ଗୋଟିଏ କଥା ଲକ୍ଷ୍ୟ କରାଯାଏ ଗତ ୫ ବର୍ଷ ମଧ୍ୟରେ ୧୬୫ ସ୍କୁଲ ବନ୍ଦ ହୋଇଥିବାବେଳେ ଚଳିତ ବର୍ଷ ୪୩୩ ସ୍କୁଲ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ଗଂଜାମ ଜିଲ୍ଲାରେ ଜନ ଅସନ୍ତୋଷ ତେଜିବାରେ ଲାଗିଲାଣି । ସ୍କୁଲ ବନ୍ଦର ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ହାଇକୋର୍ଟରେ ମଧ୍ୟ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କିଛି ଶିକ୍ଷକ ନକଲି ସାର୍ଟିଫିକେଟ୍ ପ୍ରଦାନ କରି ମଧ୍ୟ ଚାକିରି କରୁଛନ୍ତି । ସେମାନଙ୍କ ଯୋଗୁଁ ଶିକ୍ଷାର ମାନ ନିମ୍ନଗାମୀ ହେଉଛି । ତେଣୁ ସେମାନଙ୍କୁ ଚିହ୍ନଟ କରି ଚାକିରିରୁ ବହିଷ୍କାର କରିବାକୁ ମଧ୍ୟ ସଂଘ ଦାବି କରିଛି ।

ଏହି ଦାବିପତ୍ର ପ୍ରଦାନ ସମୟରେ ସଭାପତି ଏମ୍‌. ବାଲ୍‌ରାଜୁ, ସଂପାଦକ ଗୋପାଳ କୃଷ୍ଣ ବିଷୋୟୀ, ଉପସଭାପତି ବଳରାମ ବେହେରା, ନନ୍ଦିନୀ ପ୍ରଧାନ, ଅତିରିକ୍ତ ସଂପାଦକ ଏମ୍ .ସୁଚିତ୍ରାରାଣୀ ଦାଶ, ଅଂଚଳ ସେଠୀ, କୋଷାଧ୍ୟକ୍ଷ ବଳରାମ ପ୍ରଧାନ, ମିଡ଼ିଆ ସେଂଯୋଜକ ଅରୁଣ କୁମାର ପଟ୍ଟନାୟକ, ମିଡ଼ିଆ ମୁଖପାତ୍ର ହରମୋହନ ଖାଡ଼ଙ୍ଗା, ଜିଲ୍ଲା ସଂଯୋଜକ ଅରବିନ୍ଦ ମହାରଣା, ବିମଳ ସାହୁ, ଶିବାନନ୍ଦ ସାହୁ, ଡି ବିଦ୍ୟାସାଗର, କିଶାନ ସେଠୀ, ଟୁକୁନା ସେଠୀ, ଜଗନ୍ନାଥ ଚୌଧୁରୀ ପ୍ରମୁଖ କୋର କମିଟିର ବହୁ ସଦସ୍ୟଙ୍କ ସହ ଆଶାୟୀ ଭାଗ ନେଇଥିଲେ ।   ଜିଲ୍ଲାପାଳଙ୍କ ସହ ସାକ୍ଷାତ କରିବା ପରେ ସେ କହିବା ପ୍ରକାର ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ପ୍ରଧାନଙ୍କୁ ଗିରି ରୋଡ଼୍‌ଙ୍କୁ ମଧ୍ୟ ସଂଘର କର୍ମକର୍ତ୍ତାମାନେ ଦାବିପତ୍ର ପ୍ରଦାନ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁରେ ଆମ ପୋଲିସ କାର୍ଯ୍ୟକ୍ରମ

August 14, 2026

ଅଗଷ୍ଟ ୧୭ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

August 14, 2026

ଜ୍ୟୋର୍ତିପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଦୀର୍ଘାୟୁ କାମନା କରି ଶାନ୍ତି ଯଜ୍ଞ

August 14, 2026

IndiGo Delay Sparks Anger: ବିମାନ ବିଳମ୍ବ ନେଇ ଭୁବନେଶ୍ବର ବିମାନ ବନ୍ଦରରେ ଯାତ୍ରୀଙ୍କ ହାଙ୍ଗାମା

August 14, 2026
Latest News

ବାଲୁଗାଁରେ ଆମ ପୋଲିସ କାର୍ଯ୍ୟକ୍ରମ

August 14, 2026

‘ମୋ ବିବୃତ୍ତିକୁ ଭୁଲ ଭାବରେ ଦର୍ଶାଇ ଯୁବକମାନଙ୍କୁ ଭ୍ରମିତ କରାଯାଇଛି’: ସିଜେଆଇ

August 14, 2026

ଅଗଷ୍ଟ ୧୭ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

August 14, 2026

ଜ୍ୟୋର୍ତିପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଦୀର୍ଘାୟୁ କାମନା କରି ଶାନ୍ତି ଯଜ୍ଞ

August 14, 2026

ୟୁଏଇରୁ ପଳାତକ ଡ୍ରଗ୍ କିଙ୍ଗପିନ୍ ବୀରେନ୍ଦ୍ର ସିଂହ ବସୋୟାଙ୍କୁ ଭାରତ ଫେରାଇ ଆଣିଲା ଏନସିବି

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.