ଭୁବନେଶ୍ବର : ଆସନ୍ତାକାଲି ଘନ କୁହୁଡି ପାଇଁ 7ଟିଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । କଟକ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, ବାଲେଶ୍ବର ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା 2 ଦିନ ଆଭ୍ୟନ୍ତରୀଣ ଜିଲ୍ଲାରେ ବି ଘନକୁହୁଡି ଦେଖାଯିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।