ବାରିପଦା : ସ୍ତ୍ରୀକୁ କୁରାଢିରେ ହାଣି ହତ୍ୟା ଅଭିଯୋଗ ହୋଇଛି । ମୋରଡା ଥାନା ମାଳିହତା ଗାଁରେ ବିଳମ୍ବିତ ରାତିରେ ନୃଶଂସ କାଣ୍ଡ ଘଟିଛି । ମୃତକ ହେଲେ ପାର୍ବତୀ ମହାନ୍ତ । ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ପରେ ଖବର ପାଇ ମୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରୁଛି ।