ଭୁବନେଶ୍ୱର: ଆଜି ପ୍ରକାଶ ପାଇଁ ଏକକ ପିଜି ମେରିଟ୍ ଲିଷ୍ଟ । ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ନାତ୍ତକୋତ୍ତର(ପିଜି)ରେ ନାମଲେଖା ପାଇଁ ରାଜ୍ୟସ୍ତରୀୟ ମେଧା ତାଲିକା ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ଆଜି ସାମ୍ସ ୱେବସାଇଟ୍ରୁ ସେମାନଙ୍କ ପଞ୍ଜୀକରଣ ସଂଖ୍ୟା ଓ ରୋଲ୍ ନମ୍ବର୍ ଅନୁଯାୟୀ ଫଳ ଜାଣି ପାରିବେ । ରାଜ୍ୟର 68ଟି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ନାମ ଲେଖା ପାଇଁ ପ୍ରାୟ 60 ହଜାର ଛାତ୍ରଛାତ୍ରୀ ଏକକ ପ୍ରବେଶିକା ପରୀକ୍ଷା ଦେଇଥିଲେ । ଅକ୍ଟୋବର 12 ରୁ 22 ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଅନଲାଇନ ପ୍ରବେଶିକା ପରୀକ୍ଷା ଦେଇଥିବା ବେଳେ ରାଜ୍ୟରେ ମୋଟ 28 କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଆୟୋଜିତ ହୋଇଛି। ଡିସେମ୍ବର 21 ତାରିଖ ସୁଦ୍ଧା ନାମ ଲେଖା ପ୍ରକ୍ରିୟା ସାରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।