କନ୍ଦର୍ପ ବେହେରା
ରେଢାଖୋଲ : ଆଜି ସକାଳ 7ଟା ସମୟରେ ରେଢାଖୋଲ ଥାନା ଡଇଁଚାରେ ଜଣଷ 8 ବର୍ଷର ସ୍କୁଲ ଛାତ୍ରକୁ ଏକ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା । ଏହାକୁ କେନ୍ଦ୍ର କରି ଗ୍ରାମବାସୀମାନେ ଦେଢଘଣ୍ଟା ଧରି ରାସ୍ତାରୋକ୍ କରିଥିଲେ । ଏହି ଘଟଣା ସମ୍ପର୍କରେ ରେଢାଖୋଲ ପୋଲିସ୍ ଖବର ପାଇ ଘଟଣାସ୍ଥଲକୁ ଯାଇ ଏହାର ସମାଧାନ କରିଥିଲେ । ଗ୍ରାମରେ ହମ୍ପସ୍ ନିର୍ମାଣ ଓ ବାଇପାସ୍ ନିର୍ମାଣ କରିବାକୁ ନେଇ ସ୍ଥାନୀୟ ବାସୀ ଦାବି କରିଥିଲେ । ରେଢାଖୋଲ ଥାନାର ଏସ୍ଆଇ ସୌମ୍ୟରଞ୍ଜନ ମାହାଳିକ ଓ ତ୍ରିବେଣୀ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାପରେ ଲୋକେ ରାସ୍ତାରୋକରୁ ହଟିଥିଲେ । ତେବେ ଦେଢ ଘଣ୍ଟା ଧରି ରାସ୍ତାରୋକ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଗାଡି ଅଟକରହିଥିଲା । ତେବେ ଦୁର୍ଘଟଣାରେ ଆହତ ହୋଇଥିବା ଶିଶୁଟି ସୁସ୍ଥ ଅଛି ।