ଭୁବନେଶ୍ଵର: ଆଜି ରାଜ୍ୟରୁ ୬୪୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୬ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୫୧, କଳାହାଣ୍ଡିରୁ ୪୮, କଟକରୁ ୪୦, ସୁନ୍ଦରଗଡ଼ରୁ ୩୫, ବଲାଙ୍ଗିରିରୁ ୩୪, ପୁରୀରୁ ୩୪, ଜଗତସିଂହପୁରରୁ ୩୨, ବରଗଡରୁ ୩୧, ବାଲେଶ୍ଵରରୁ ୨୯, କେନ୍ଦୁଝରରୁ ୨୫, କେନ୍ଦ୍ରାପଡାରୁ ୨୪, ମୟୂରଭଞ୍ଜରୁ ୨୪, ଢେଙ୍କାନାଳରୁ ୨୩, ନୂଆପଡାରୁ ୨୦, ସମ୍ବଲପୁରରୁ ୨୦, ରାୟଗଡାରୁ ୧୮, ନବରଙ୍ଗପୁରରୁ ୧୩, ବୌଦ୍ଧରୁ ୧୨, ମାଲକାନଗିରିରୁ ୧୦, ଝାରସୁଗୁଡାରୁ ୯, ଗଞ୍ଜାମରୁ ୮, ଭଦ୍ରକରୁ ୬, ଯାଜପୁରରୁ ୪, କନ୍ଧମାଳରୁ ୪, ଦେବଗଡ଼ରୁ ୩, ଗଜପତିରୁ ୩, ସୋନପୁରରୁ ୩, କୋରାପୁଟରୁ ୧, ନୟାଗଡରୁ ୧ ଓ ଷ୍ଟେଟ୍ ପୁଲରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୭ ହଜାର ୩୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ୨୭୧ ମଧ୍ୟରୁ ୬ ହଜାର ୧୭୩ ଜଣ ଚିକିତ୍ସିଧୀନ ଥିବା ବେଳେ ୧୬୭୧ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।