ପଞ୍ଜାବ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସମସ୍ତ ସହର ଓ ସିଟିରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯିବ ଓ କୋଭିଡ୍ ନିୟମ ନ ମାନିଲେ ଦୁଇ ଗୁଣା ଜରିମାନା ଦେବାକୁ ପଡ଼ିବ। ଆସନ୍ତା ଡିସେମ୍ବର 1ରୁ ଏହି ନିୟମ ଲାଗୁ କରାଯିବ । ରାତି 10ଟାରୁ ସକାଳ 5ଟା ଯାଏ ରାତ୍ରୀ କାଳୀନ କର୍ଫ୍ୟୁ ପାଳନ କରାଯିବ। କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସମସ୍ତ ଅନୁଷ୍ଠାନ ଓ ଯାତାୟାତ ବନ୍ଦ ରହିବ। ସେହିପରି ବାହାଘର ପାର୍ଟି, ରେଷ୍ଟୁରାଣ୍ଟ ଓ ହୋଟେଲ ରାତି 9.30ରୁ ବନ୍ଦ ହେବା ନେଇ ସୂଚନା ରହିଛି । ସେହିପରି କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଦୁଇଗୁଣା ଜରିମାନାର ନିର୍ଦ୍ଦେଶ ରହିଛି । 500ଟଙ୍କା ପରିବର୍ତ୍ତେ 1000ଟଙ୍କାର ଜରିମାନା ଆଦାୟ କରାଯିବା ନେଇ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏଭଳି ପଦକ୍ଷେପ ପଞ୍ଜାବ ସରକାର ନେଇଥିବା ଜଣାପଡିଛି ।