ଭୁବନେଶ୍ୱର: ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଏବେ ଓଡ଼ିଶା ରାଜନୀତିର ପାଣିପାଗ ସରଗରମ ହୋଇଛି । ପରୀ ହତ୍ୟାର କାରଣ ନେଇ ଏକ ବଡ଼ ଖୁଲାସା କରିଛନ୍ତି ପରୀର ଗାଁ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ପ୍ରଧାନ । ଏହି ପରିପ୍ରେକ୍ଷୀରେ ସେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, କ’ଣ ପାଇଁ ଜଣେ ପାଞ୍ଚ ବର୍ଷର କୁନି ଝିଅକୁ ଅପହରଣ କରି ହତ୍ୟା କରାଯିବ । ଅଙ୍ଗ ତସ୍କରୀ ପାଇଁ ପରୀକୁ ହତ୍ୟା କରାଯାଇଥିବା ସନେ୍ଦହ ହେଉଛି । କୌଣସି ଏକ ବଡ଼ ଲୋକଙ୍କ ଠାରେ ପରୀର ଅଙ୍ଗ ଲଗାଯାଇଛି ବୋଲି କହିଛନ୍ତି ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ। ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ପ୍ରଧାନ କହିଛନ୍ତି । ତେବେ ପରୀ ମାମଲାର ସତ୍ୟାସତ୍ୟ ଜାଣିବା ପାଇଁ ପ୍ରଥମେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ କହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।