ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ରାଜ୍ଯରେ ଆଉ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୭୩୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସୁନ୍ଦରଗଡରେ ସର୍ବାଧିକ ୪ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ଭୁବନେଶ୍ୱରରେ ୩ ଓ ଅନଗୁଳରେ ୨ ଜଣ ଆଖି ବୁଜିଛନ୍ତି। ସେହିପରି ବାଲେଶ୍ୱର, ଢେଙ୍କାନାଳ, ଯାଜପୁରରେ ଜଣେ ଲେଖାଏ ଆକ୍ରାନ୍ତ ଆଖି ବୁଜିଛନ୍ତି।