ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଅଞ୍ଚଳର ସମସ୍ତ ଜିଲ୍ଲା ବିକାଶ ପରିଷଦ(ଡିଡିସି)ର ଆସନ ପାଇଁ ଆଜି ଭୋଟି ହେଉଛି। ଆଜି ସକାଳ 7ଟରୁ ଭୋଟ୍ଗ୍ରହଣ ଆରମ୍ଭ ହୋଇଥିବାବେଳେ ଅପରାହ୍ନ 2 ଘଟିକା ଯାଏଁ ଅନୁଷ୍ଠିତ ହେବ । ଭୋଟିଂ ପ୍ରକ୍ରିୟା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ପାଇଁ 2,146 ପୋଲିଂ ଷ୍ଟେସନ ତିଆରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଶାନ୍ତିଶୃଙ୍ଖଳାର ସହ ଭୋଟିଂ ଜାରି ରହିଥିବା ଜଣାପଡ଼ିଛି। ଧାରା 370 ଉଚ୍ଛେଦ ପରେ ଜମ୍ମୁକାଶ୍ମୀରରେ ପାଇଁ ଉପତ୍ୟକାରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଆଜି ପ୍ରଥମ ପର୍ଯ୍ୟାୟରେ 43ଟି ଆସନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେଉଛି । ପ୍ରଥମ ପର୍ଯ୍ୟାୟରେ 296ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ନଭେମ୍ବର 28ରୁ ଡିସେମ୍ବର 19 ମଧ୍ୟରେ 8ଟି ପର୍ଯ୍ୟାୟରେ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟିଂ ହେବ। ଡିସେମ୍ବର 22ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଜମ୍ମୁ-କଶ୍ମୀରରେ ମୋଟ 280ଟି ନିର୍ବାଚନ ମଣ୍ଡଳୀ ରହିଛି। ଚଳିତ ବର୍ଷ ବିଜେପି ଓ ଗୁପକର ମେଣ୍ଟ ମଧ୍ୟରେ ଲଢ଼େଇ ହେଉଛି। ଏହି ମେଣ୍ଟରେ ଏନସି ଓ ପିଡିପି ସହ 6ଟି ପ୍ରମୁଖ ଆଞ୍ଚଳିକ ଦଳ ରହିଛନ୍ତି।