ଭୁବନେଶ୍ୱର: ପରୀ ପ୍ରସଙ୍ଗରେ ଗୃହ ହୁଲସ୍ତୁଲ । ଅପରାହ୍ମ ଅଧିବେଶନରେ ବିଜେପି ବିଧାୟକଙ୍କ ଜୋରଦାର ହଙ୍ଗାମା କରିଛନ୍ତି। ବାଚସ୍ପତିଙ୍କ ପୋଡ଼ିଅମ ନିକଟରେ ବିଜେପି ସଦସ୍ୟଙ୍କ ପ୍ରତିବାଦ । ପୋଡ଼ିଅମରେ ଲାଗିଥିବା ଫାଇବର କାଚ ଭାଙ୍ଗି ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢ଼ିବାକୁ ବିରୋଧୀ ସଦସ୍ୟ ଉଦ୍ୟମ କରିଥିଲେ । ବାଚସ୍ପତିଙ୍କ ମାଇକ ଟଣାଓଟରା କରିବା ପାଇଁ ଉଦ୍ୟମ କରିଥିଲେ ବିରୋଧୀ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପୋଡିଅମ ଉପରକୁ ଚଢ଼ି ପ୍ରତିବାଦ କରିଛନ୍ତି । ସେପଟେ ପରୀ ପ୍ରସଙ୍ଗରେ ଏସଆଇଟି ତଦନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।