ନୂଆଦିଲ୍ଲୀ : ଦେଶରେ ଗତ 24 ଘଣ୍ଟାରେ 41 ହଜାର810ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 496ଜଣଙ୍କର ମୃତ୍ୟୁ ଘଟିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 93 ଲକ୍ଷ 92 ହଜାର 920କୁ ବୃଦ୍ଧି ପାଇ ଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1ଲକ୍ଷ 36 ହଜାର 696ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ଦେଶରେ ଚାରି ଲକ୍ଷ 53 ହଜାର 956ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 88 ଲକ୍ଷ 2 ହଜାର 267ଜଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି। ଆଇସିଏମ୍ଆରର ସୂଚନା ମୁତାବକ ନଭେମ୍ବର 28ତାରିଖ ସୁଦ୍ଧା ଦେଶରେ 13 କୋଟି 95 ଲକ୍ଷ ନମୁନା ପରୀକ୍ଷଣ କରାଯାଇଛି । ଦେଶରେ ମୃତ୍ୟୁ ହାର 1.46 ପ୍ରତିଶତ ରହିଥିବାବେଳେ ସୁସ୍ଥ ହାର 93.68 ପ୍ରତିଶତ ରହିଛି । (ଏଜେନ୍ସି)