ଭୁବନେଶ୍ୱର: ବିଧାନସଭାରେ ଥମୁନି ପରୀ ତାତି । ହଟ୍ଟଗୋଳ ଜାରି ରହିଛି । ବିଜେପି ସଦସ୍ୟମାନେ ଆଜି ବି ଗୃହରେ ହୋହାଲ୍ଲା କରିଛନ୍ତି । ଗୃହର ମଧ୍ୟଭାଗକୁ ଆସି ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି । ତେବେ ଏହି ହଟ୍ଟଗୋଳ ମଧ୍ୟରେ ଆଜି ଗୃହରେ ବ୍ୟୟମଞ୍ଜୁରୀ ବିଲ ଆଗତ କରାଯାଇଥିବା ଜଣାଯାଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବ୍ୟୟମଞ୍ଜୁରୀ ବିଲ ଆଗତ କରିଛନ୍ତି । ବିଜେପି ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ଗୃହକୁ ଅପରାହ୍ନ 3ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି । ବ୍ୟୟ ମଞ୍ଜୁରୀ ବିଲ୍ ଉପରେ ଆଲୋଚନା ଚାଲିଥିଲାବେଳେ ଗୃହ ମୁଲତବୀ କରାଯାଇଛି ।