ନୂଆଦିଲ୍ଲୀ : ଲୋକେ ପ୍ରେମରେ ପଡିଲେ ଦୁନିଆ ଭୁଲିଯା’ନ୍ତି । ସେମିତି ପ୍ରେମରେ ପ୍ରତାରଣା ପାଇଲେ ବି ଦୁନିଆ ଭୁଲିଯା’ନ୍ତି । ପ୍ରେମରେ ଧୋକ୍କାପାଇବା ପରେ କେହି କେହି ନିଜକୁ ଭୁଲିଯା’ନ୍ତି ତ କେହି କେହି କାହାର ଦୁନିଆକୁ ଭୁଲାଇଦିଅନ୍ତି । ତେବେ ହରିୟାଣାର ଏକ ଗ୍ରାମରେ ଜଣେ ଯୁବତୀ ପ୍ରେମରେ ଧୋକ୍କା ପାଇବା ପରେ ଏମିତି କିଛି ହରକତ୍ କରିଛନ୍ତି, ଯାହାକୁ ଦେଖି ସମେସ୍ତ ଆଶ୍ଚର୍ଯ୍ୟ ହୋଇଛନ୍ତି ।
ହରିୟାଣାର ଗୁରୁଗ୍ରାମରେ କିଛି ମାସ ପୂର୍ବରୁ ଏଭଳି ଏକ ଘଟଣାଘଟିଥିଲା । ଏଠାରେ ଜଣେ ଯୁବତୀ ପ୍ରେମରେ ଧୋକ୍କା ପାଇବା ପରେ ପ୍ରେମିକର ସାମ୍ନାରେ ‘ତେରେ ଇଶ୍କରେ ମେଁ ନାଚଙ୍ଗେ ଗୀତରେ ଡିଜେ ବଜାଇ ନାଚିଥିଲେ । ଯୁବତୀ ଜଣକ ଡିଜେ ନିଜ ଘରକୁ ନେଇଥିବାବେଳେ ଅନ୍ୟ ପଞ୍ଜାବୀ ଗୀତରେ ମଧ୍ୟ ପ୍ରେମିକ ଘର ସାମ୍ନାରେ ନୃତ୍ୟ କରିଥିଲେ । ଯୁବତୀଙ୍କ ଏହି ନୃତ୍ୟଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି । ତେବେ ଯୁବତୀ ଜଣକ ଧୋକ୍କା ପାଇବା ପରେ ନୃତ୍ୟ କରୁଥିଲେ କି କ’ଣ ପାଇଁ ଏପରି ନୃତ୍ୟ କରୁଥିଲେ, ତାହା ସ୍ପଷ୍ଟ ହୋଇନହିଁ । ତେବେ ଏହି ଭିଡିଓଟି ୟୁଟ୍ୟୁବ୍ ଓ ସୋସିଆଲ ଭିଡିଓରେ ଭାଇରାଲ୍ ହେବା ପରେ ଲୋକେ ଏହି ଭିଡିଓ ବହୁ ସଂଖ୍ୟାରେ ଲାଇକ୍ ଓ କମେଣ୍ଟ କରିଛନ୍ତି । କିଛି କିଛି ୟୁଜର୍ସ ନିଜ ନିଜ ସାଙ୍ଗମାନଙ୍କୁ ଏହି ଭିଡିଓ ଟ୍ୟାଗ୍ କରିବା ସହ ଏହାର ମଜା ନେଉଛନ୍ତି । ଫେସ୍ବୁକ୍ରେ ଏହି ଭିଡିଓକୁ ଲକ୍ଷ ଥରରୁ ଉର୍ଦ୍ଧ୍ବ ଦେଖାଯାଇଥିବାବେଳେ ହଜାରରରୁ ଉର୍ଦ୍ଧ୍ବ ଲୋକେ ସେୟାର କରିଛନ୍ତି । ପାଞ୍ଚ ମିନିଟ୍ର ଏହି ଭିଡିଓର ସତ୍ୟତା କ’ଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । (ଏଜେନ୍ସି)