ସୁରକ୍ଷାବଳଙ୍କ ସହ ଏନ୍‌କାଉଣ୍ଟରରେ ଜଣେ ନକ୍ସଲ ମୃତ

Published: May 18, 2019, 3:05 pm IST
Naxal killed in encounter with CoBRA troops in Bihar

ବିହାରର ଗୟାରେ ସୁରକ୍ଷା ବଳଙ୍କ ସହିତ ଗୁଳିଚାଳନାରେ ଜଣେ ନକ୍ସଲ ପ୍ରାଣ ହରାଇଛନ୍ତି । ଶନିବାର ରାତି ୨ଟା ବେଳେ ଗୟାର ଲୁଟୁଆରେ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଥିଲା । ବିହାର ପୋଲିସ୍‌ ଏବଂ ୨୦୫ କୋବ୍ରା ପକ୍ଷରୁ ମିଳିତ ଭାବରେ ଏହି ଅପରେସନକୁ ରୂପରେଖ ଦିଆଯାଇଥିଲା । ଏନ୍‌କାଉଣ୍ଟର ପରବର୍ତ୍ତୀ ଅବସ୍ଥାରେ କୋବ୍ରା ବାହିନୀ ଘଟଣାସ୍ଥଳରୁ ଏକ ଏ କେ ୪୭ ରାଇଫଲ୍‌ ଜବତ କରିଛନ୍ତି । ମୃତ ନକ୍ସଲଙ୍କ ପରିଚୟ ମିଳିନାହିଁ । ଏନକାଉଣ୍ଟର ଘଟିଥିବା ସ୍ଥାନର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Related posts