ଚନ୍ଦ୍ରାୟନ-୨ ପରେ ସୌର ପରୀକ୍ଷଣ କରିବ ଇସ୍ରୋ : କେ ଡି ଶିବନ

Published: May 18, 2019, 3:09 pm IST
ishro 2023 mission

ଇସ୍ରୋ ଆଗାମୀ ଦିନରେ ୭ଟି ଅଲଗା ଗ୍ରହ ଏବଂ ସୌର ପରୀକ୍ଷଣ କରିବ ବୋଲି ଇସ୍ରୋ ଚେୟାରମ୍ୟାନ୍‌ କେଡି ଶିବନ ପ୍ରକାଶ କରିଛନ୍ତି । ଭାରତୀୟ ମହାକାଶ ଯାନ ଇତିହାସରେ ଆଉ ଏକ ଇତିହାସ ରଚିବାର ପଦକ୍ଷେପ ସ୍ବରୂପ ଚନ୍ଦ୍ରଯାନ-୨ ପ୍ରକଳ୍ପ ଆସନ୍ତା ଜୁଲାଇ ଦ୍ବିତୀୟ ସପ୍ତାହ ସୁଦ୍ଧା ଆରମ୍ଭ ହେବାକୁ ଯାଉଛି । ଏହି ପ୍ରକଳ୍ପରେ ଜିଏସ୍‌ଏଲ୍‌ଭି ଏମ୍‌କେ ୩ ରକେଟ୍‌ ବ୍ୟବହାର କରାଯିବ ବୋଲି ସୂଚନା ଦେଇଛନ୍ତି ଶିବନ୍‌ । ଭାରତୀୟ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବୈଜ୍ଞାନିକ କାର୍ଯ୍ୟକ୍ରମ ‘ୟୁବିକା’ ସମୟରେ ଏହି ମତ ରଖିଛନ୍ତି ଶିବନ୍‌ । ଚନ୍ଦ୍ରଯାନ ମିଶନକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଅଭିହିତ କରିବା ସହିତ ଏହି ମିଶନ ସଫଳ ହେଲେ ଭାରତ ପ୍ରଥମ ଦେଶ ଭାବରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାର ଉପଲବ୍ଧି ହାସଲ କରିବ ବୋଲି ଶିବନ କହିଛନ୍ତି । ସେହିପରି ଚନ୍ଦ୍ରଯାନ-୨ ପରେ ମଙ୍ଗଳର କକ୍ଷପଥ ନିମନ୍ତେ ଦ୍ବିତୀୟ ଉପଗ୍ରହ ଏବଂ ଚନ୍ଦ୍ରାୟନ-୩ ପ୍ରକଳ୍ପ ଉପରେ କାର୍ଯ୍ୟ ଆରମ୍ଭ କରାଯିବ । ସେହିପରି ସୂର୍ଯ୍ୟ ସମ୍ବନ୍ଧରେ ଅଧିକ ଗବେଷଣା ନିମନ୍ତେ ଆଦିତ୍ୟ ଏଲ୍‌୧ ନାମକ ମିଶନ ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଶିବନ କହିଛନ୍ତି ।

Related posts