ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡ

Published: May 18, 2019, 3:21 pm IST

ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛି। ବ୍ରହ୍ମପୁର ଏଡିଜେ-୧ ଏହି ରାୟ ଶୁଣାଇଛନ୍ତି। ଏନେଇ ସରକାରୀ ଓକିଲ ଜ୍ଞାନେନ୍ଦ୍ର ଜେନା ସୂଚନା ଦେଇ କହିଛନ୍ତି, ଆଇପିସି ଧାରା ୧୨୧ ଅନୁସାରେ ସବ୍ୟସାଚୀଙ୍କୁ ଦେଶଦ୍ରୋହ ଅପରାଧରେ ଆଜୀବନ ସଜା ଦିଆଯାଇଛି। ବିଭିନ୍ନ ନକ୍ସଲ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ସବ୍ୟସାଚୀ ୨୦୧୪ ଜୁଲାଇ ୧୭ ତାରିଖରେ ଗିରଫ ହୋଇଥିଲେ। ପୁଲିସ୍‌ ତାଙ୍କୁ ବ୍ରହ୍ମପୁର ମଙ୍ଗଳବାରପେଟା ସାହିରୁ ମଧ୍ୟରାତ୍ରିରେ ଗିରଫ କରିଥିଲା। ଗିରଫ ବେଳେ ତାଙ୍କ ଠାରୁ ଟଙ୍କାସୁନା ସହ ମାରଣାସ୍ତ୍ର ଜବତ କରାଯାଇଥିଲା। ପୂର୍ବରୁ ସେ ୫୨ଟି ମାମଲାରେ ଖଲାସ ହୋଇଥିଲେ। ଏହି କାରାଦଣ୍ଡାଦେଶ ଉପରେ ଉପର କୋର୍ଟକୁ ଯିବେ ବୋଲି  ସବ୍ୟସାଚୀଙ୍କ ଓକିଲ କହିଛନ୍ତି  ।

Related posts