ବୈଠକରେ ଯୋଗ ଦେଲେ ନାହିଁ ନିର୍ବାଚନ କମିଶନର ଅଶୋକ ଲାଭସା, ଉତ୍ତର ରଖିଲେ ମୁଖ୍ୟ ନିର୍ବାଚନ କମିଶନର

Published: May 18, 2019, 4:13 pm IST
lection Commissioner, Lavasa holds EC guilty of bias and skips EC & MCC meets

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନ ଦେଇଥିବା କ୍ଲିନ ଚିଟକୁ ନେଇ ନିର୍ବାଚନ କମିଶନର ଅଶୋକ ଲାଭସା ନିର୍ବାଚନ କମିଶନଙ୍କ ବୈଠକରେ ଯୋଗଦେଇନାହାନ୍ତି। ଆଚରଣ ବିଧି ଉଲ୍ଲଂଘନ ନେଇ ମୁଖ୍ୟ ନିର୍ବାଚନ କମିଶନର ବୈଠକକୁ ଅଶୋକ ଲାଭସା ନ ଆସିବା ପରେ ନିର୍ବାଚନ କମିଶନଙ୍କ ତିନିଜଣିଆ କମିଟିରେ ମତଭେଦ କଥା ସାମ୍ନାକୁ ଆସିଛି। ନିର୍ବାଚନ କମିଶନ ନେଉଥିବା ଛୋଟ ନିଷ୍ପତ୍ତି ଗୁଡିକୁ ରେକର୍ଡ କରାଯାଉନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଲାଭସା। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ୬ ଥର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଥିବାବେଳେ ନିର୍ବାଚନ କମିଶନ ତାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲେ, ଏହାକୁ ନେଇ ଅଶୋକ ଲାଭାସ ଅସେନ୍ତାଷ ରହିଥିଲେ। ସେହିପରି ଛୋଟ ଛୋଟ ନିଷ୍ପତ୍ତିକୁ ରେକର୍ଡ କରାଯିବା ପରେ ପରବର୍ତ୍ତୀ ବୈଠକରେ ଯୋଗ ଦେବେ ବୋଲି କହିଛନ୍ତି ଲାଭସା। ଲାଭସାଙ୍କ ବ୍ୟତିତ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଏବଂ ସୁଶୀଲ ଚନ୍ଦ୍ରା ଏହି କମିଟିର ସଦସ୍ୟ ରହିଛନ୍ତି। ମେ ୪ ତାରିଖରେ ଛୋଟ ଘଟଣା ଗୁଡିକର ରେକର୍ଡିଂ ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପତ୍ର ଲେଖିଥିଲେ ଲାଭସା। ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ୬ ଥର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ ହୋଇଥିଲେ ମଧ୍ୟ ତାଙ୍କୁ କ୍ଳିନ୍‌ ଚିଟ୍‌ ମିଳିଥିଲା। ତେବେ ଲାଭସାଙ୍କ ଏହି ବୈଠକରେ ଯୋଗନଦେବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ୍‌ ଅରୋଡା। ନିର୍ବାଚନ କମିଶନଙ୍କ ତିନି ସଦସ୍ୟ ଜଣେ ଅନ୍ୟ ଜଣଙ୍କର ପ୍ରତିରୂପ ହୋଇପାରିବେ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ୍‌ ଅରୋଡା କହିଛନ୍ତି। ତେବେ ଏହି ମାମଲାରେ ସମସ୍ତଙ୍କର ଚିନ୍ତାଧାରା ବା ରାୟ ଅଲଗା ରହିଛି ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି।

 

 

Related posts