ଆଜିଠୁ ସୁଦିର୍ମାନ କପ୍‌ : ପ୍ରଥମ ପଦକ ଆଶାରେ ଭାରତୀୟ ସଟଲର

Published: May 18, 2019, 4:34 pm IST
sudhirman cup starts on sunday

ଆସନ୍ତା କାଲି ବା ରବିବାର ଠାରୁ ଆରମ୍ଭ ହେବାକୁ ଯାଊଛି ସୁଦିର୍ମାନ କପ୍‌ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ। ଚୀନ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରୁ ପ୍ରଥମ ପଦକ ଆଶା ରଖିଛି ଭାରତୀୟ ଦଳ। ଭାରତ ନିକଟରେ ଏହାର ଷ୍ଟାର ସଟ୍‌ଲର ପିଭି ସିନ୍ଧୁ ଏବଂ ସାଇନା ନେହ୍ବାଲ ରହିଥିବା ବେଳେ ପୁରୁଷ ବିଭାଗରେ କିଦାମ୍ବି ଶ୍ରୀକାନ୍ତ ଏବଂ ସମୀର ବର୍ମା ଦଳର ମଙ୍ଗ ସମ୍ଭାଳିବେ । ପୂର୍ବରୁ ଦଳ ୨୦୧୧ ଏବଂ ୨୦୧୭ରେ କ୍ବାର୍ଟର ଫାଇନାଲ ପହଞ୍ଚିଥିଲେ ମଧ୍ୟ ଶେଷ 8 ବାଧା ଅତିକ୍ରମ କରିବାରେ ବିଫଳ ହୋଇଥିଲା । ଭାରତ ଏହାର ପ୍ରଥମ ମ୍ୟାଚ୍‌ରେ ମାଲେସିଆକୁ ଭେଟିବ। ମାଲେସିଆ ଶେଷ ଥର ପାଇଁ ୨୦୦୯ରେ ସେମିଫାଇନାଲ୍‌କୁ ଉନ୍ନୀତ ହୋଇଥିଲା। ସୋମବାର ଦଳ ଚୀନ୍‌କୁ ଭେଟିବ।

ଭାରତୀୟ ଦଳ : 

ଅଶ୍ବିନୀ ପୋନାପ୍ପା, ବି ସୁମିତ ରେଡ୍ଡୀ, ଚିରାଗ ସେଟ୍ଟୀ, ମନୁ ଅତ୍ରୀ, ମେଘନା ଜକ୍କାମପୁଡି, ଏନ୍‌ ସିକ୍କି ରେଡ୍ଡୀ, ପି ଭି ସିନ୍ଧୁ, ପୂର୍ବିଶା ଏସ୍‌ ରାମ, ପ୍ରଣବ ଚୋପ୍ରା, ସାଇନା ନେହ୍ବାଲ, ସମୀର ବର୍ମା, ସ୍ବସ୍ତିକ ସାଇ ରାଜ ରଙ୍କିରେଡ୍ଡୀ ଏବଂ ଶ୍ରୀକାନ୍ତ କିଦାମ୍ବି ।

Related posts