ପଞ୍ଚଦଶ ବିଧାନସଭା ଭାଙ୍ଗିବା ପାଇଁ କ୍ୟାବିନେଟର ଅନୁମୋଦନ, ରାଜ୍ୟପାଳଙ୍କୁ କରାଗଲା ସୁପାରିଶ

Published: May 18, 2019, 8:36 pm IST
ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ କ୍ୟାବିନେଟର ସୁପାରିଶ

ସମୀକ୍ଷା ବ୍ୟୁରୋ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ରାଜ୍ୟ ସଚିବାଳୟରେ ବସିଥିଲା। ଏଥିରେ ବାତ୍ୟା ଫନି କ୍ଷୟକ୍ଷତି ପାଇଁ କରାଯାଇଥିବା ବିଭିନ୍ନ ଅନୁଦାନ ଉପରେ କ୍ୟାବିନେଟ ଅନୁମୋଦନ କରାଯାଇଥିଲା। ତେବେ ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ କଥା ହେଲା ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ କ୍ୟାବିନେଟର ଅନୁମୋଦନ। ଆଜି ଏହି ବୈଠକରେ ପ୍ରଥମେ ପଞ୍ଚଦଶ ବିଧାନସଭା ଭାଙ୍ଗିବା ପାଇଁ କ୍ୟାବିନେଟ ଅନୁମୋଦନ ମଗାଯାଇଥିଲା। ଏଥିରେ କ୍ୟାବିନେଟ ଅନୁମୋଦନ ଦେବା ପରେ ତାହା ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ନିୟମ ଅନୁସାରେ ବିଧାନସଭା କାର୍ଯ୍ୟକାଳ ସରିବା ପୂର୍ବରୁ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ନିର୍ବାଚନ ସରିବା ପରେ ଅର୍ଥାତ ନୂଆ ସରକାର ଘୋଷଣା ପୂର୍ବରୁ ପୁରୁଣା ସରକାର ଭାଙ୍ଗିବା ପାଇଁ କ୍ୟାବିନେଟ ଅନୁମୋଦନ କରିଥାନ୍ତି। ସେହି ଅନୁସାରେ ପୁରୁଣା ସରକାର ଭାଙ୍ଗି ନୂଆ ବିଧାନସଭା ଗଠନ ପାଇଁ ଏହି ବ୍ୟବସ୍ଥା ରହିଛି। ବର୍ତ୍ତମାନ ନୂଆ ସରକାର ଗଠନ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ରହିବେ। ତେବେ ସେ ଆଉ କୌଣସି ବଡ ନିଷ୍ପତି ନେଇପାରିବେ ନାହିଁ। ଏହି କ୍ୟାବିନେଟ ବୈଠକ ନବୀନ ପଟ୍ଟନାୟକଙ୍କ 4ର୍ଥ ପାଳିର ଶେଷ ବୈଠକ।

Related posts