ଆର କେ ଏସ୍‌ ଭଦୋରିଆଙ୍କୁ ନୂତନ ବାୟୁସେନା ମୁଖ୍ୟ ଭାବରେ ନିଯୁକ୍ତି

Published: Sep 19, 2019, 6:38 pm IST

କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ବାୟୁସେନା ମୁଖ୍ୟ ଭାବରେ ଆର କେ ଏସ୍‌ ଭଦୋରିଆଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେପ୍ଟେମ୍ବର 30 ତାରିଖରେ ଭଦୋରିଆ ବାୟୁସେନା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିବେ ବୋଲି ଜଣାପଡିଛି । ଆସନ୍ତା ସେପ୍ଟେମ୍ବର 30 ବର୍ତ୍ତମାନର ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ତାଙ୍କ ସ୍ଥାନରେ ଭଦୋରିଆଙ୍କ ନିଯୁକ୍ତି ନେଇ ଗୁରୁବାର ସୂଚନା ପ୍ରକାଶ ପାଇଛି । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଟ୍ବିଟ୍ଟର ଜରିଆରେ ଘୋଷଣା କରାଯାଇଛି ।

Related posts