ଯନ୍ତାପାଇରେ ଧାରା 144 ଲାଗୁ : ସାପ୍ତାହିକ ହାଟ ବନ୍ଦ ନେଇ ପ୍ରଶାସନର ଘୋଷଣା

Published: Sep 20, 2019, 9:49 am IST

ମାଲକାନଗିରି ଜିଲ୍ଲାର ଯନ୍ତାପାଇରେ ଆଜି 144 ଧାରା ଜାରି କରାଯାଇଛି । ଏହା ସହିତ ସାପ୍ତାହିକ ହାଟ ବନ୍ଦ କରିବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଜନୈକ ବ୍ୟକ୍ତି ରାଜୁ ହନ୍ତାଳଙ୍କ ମୃତ୍ୟୁକୁ କେନ୍ଦ୍ର କରି ଶତାଧିକ ଆଦିବାସୀ ମେଳି କରିଛନ୍ତି । ଯବାନ ମାନେ ତାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ କରି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଗତ 13 ତାରିଖରେ ଯନ୍ତାପାଇ ସାପ୍ତାହିକ ହାଟରେ ରାଜୁ ହନ୍ତାଳ ଥିଲେ । ଏହି ସମୟରେ ତାଙ୍କର ଦୁଇ ଝିଅ ମଧ୍ୟ ତାଙ୍କ ସହିତ ଥିଲେ । ଦୁଇ ଜଣ ଲୋକ ବିଏସ୍‌ଏଫ୍‌ ଯବାନ ପରିଚୟ ଦେଇ ରାଜୁଙ୍କୁ ଡାକି ନେଇଥିଲେ । ପରଦିନ ଅଙ୍ଗନବାଡି କେନ୍ଦରୁ ତାଙ୍କ ମୃତ ଦେହ ମିଳିବା ପରେ ଉତ୍ତେଜନା ଦେଖା ଦେଇଥିଲା ।

Related posts