ବଣ୍ଡ ସ୍ବାକ୍ଷର କରି ଗୃହବନ୍ଦୀରୁ ମୁକୁଳିଲେ 5 ରାଜନେତା

Published: Sep 20, 2019, 10:48 am IST

ଜମ୍ମୁ କାଶ୍ମୀରରେ ଗୃହବନ୍ଦୀ ଅବସ୍ଥାରେ ରହିଥିବା 5 ରାଜନେତା ଗୃହବନ୍ଦୀରୁ ମୁକୁଳିଛନ୍ତି । ଗୃହବନ୍ଦୀରୁ ମୁକୁଳିବା ନିମନ୍ତେ ଏହି 5 ଜଣ ରାଜନେତା ଏକ ବଣ୍ଡ ସ୍ବାକ୍ଷର କରିଛନ୍ତି । ଧାରା 107 ଅନୁଯାୟୀ ଏହି ସମସ୍ତ ରାଜନେତା ଚୁକ୍ତି ସ୍ବାକ୍ଷର କରିଛନ୍ତି । ଏହି 5 ରାଜନେତାଙ୍କ ମଧ୍ୟରେ ଜଣେ ହୁରିୟାତ ନେତା ମିରଓ୍ବେଜ୍‌ ଉମର୍‌ ଫାରୁକ୍‌ ରହିଥିବା ବେଳେ ନ୍ୟାସନାଲ କନଫରେନ୍ସର ଦୁଇ ଜଣ ନେତା, ପିଡିପି ଏବଂପିପୁଲ୍ସ କନଫରେନ୍ସର ଜଣେ ଲେଖାଏଁ ନେତାଙ୍କୁ ଗୃହବନ୍ଦୀରୁ ମୁକୁଳା ଯାଇଛି । ଏହା ସହିତ 36 ଜଣ ଅନ୍ୟ ରାଜନେତାଙ୍କୁ ମଧ୍ୟ ମୁକୁଳା ଯାଇଛି ।

Related posts