ଅର୍ଥନୀତି ଅଭିବୃଦ୍ଧି ପାଇଁ ଅର୍ଥମନ୍ତ୍ରାଳୟର ନୂତନ ନିଷ୍ପତ୍ତି : କର୍ପୋରେଟ୍‌ ଟିକସ୍‌ 22 ପ୍ରତିଶତକୁ ହ୍ରାସ

Published: Sep 20, 2019, 11:46 am IST
balakot airstrike is no relation with election

ଦେଶରେ ଲଗାଗି ରହିଥିବା ଅର୍ଥନୈତିକ ମାନ୍ଦାବସ୍ଥାକୁ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ନୂତନ ନିଷ୍ପତ୍ତି ଅନୁଯାୟୀ ଉତ୍ପାଦନ ଉପରେ ଆୟକର ୧୫ ପ୍ରତିଶତକୁ ହ୍ରାସ କରାଯିବ । ସେହିପରି ଆମଦାନୀ ଜରିଆରେ ଭାରତକୁ ଆସୁଥିବା ସାମଗ୍ରୀ ଉପରେ ବର୍ହିଶୁଳ୍କ ହ୍ରାସ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ସରକାର । ପୂର୍ବରୁ ଉତ୍ପାଦନ ଉପରେ ୧୮.୫ ପ୍ରତିଶତର ଜିଏସ୍‌ଟି ଲାଗୁ କରାଯାଉଥିବା ବେଳେ ବର୍ତ୍ତମାନ ଏହାକୁ ୧୫ ପ୍ରତିଶତକୁ ହ୍ରାସ କରାଯାଇଛି । ଆମେରିକା ସହିତ ବାଣିଜ୍ୟ କାରବାର ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତରେ ବର୍ହିଶୁଳ୍କ ହ୍ରାସ କରିବା ନେଇ ଆଲୋଚନା କରାଯିବ ବୋଲି ଜଣାପଡିଛି । ସେହିପରି ସେନ୍‌ସେକ୍ସ ୮୦୦ ପଏଣ୍ଟ ତଳକୁ ଖସିଥିବାରୁ କର୍ପୋରେଟ୍‌ ଟିକସ ବ୍ୟବସ୍ଥାରେ ହ୍ରାସ ନେଇ ମଧ୍ୟ ଘୋଷଣା କରାଯାଇଛି । ସମସ୍ତ ଘରୋଇ କମ୍ପାନୀ ମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । କର୍ପୋରେଟ୍‌ ଟିକସ୍‌ ୨୫.୧୭ ପ୍ରତିଶତ ରହିଥିବା ବେଳେ ସୀତାରମଣ ଏହାକୁ 22 ପ୍ରତିଶତକୁ ହ୍ରାସ କରିବା ନେଇ ଘୋଷଣା କରିଛନ୍ତି ।

Related posts