ବ୍ରହ୍ମଗିରିରେ ସଡକ ଦୁର୍ଘଟଣା : 3 ଆହତ

Published: Nov 13, 2019, 10:14 am IST
accident

ପୁରୀ ଜିଲ୍ଲା ବ୍ରହ୍ମଗିରି ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏକ ବସ ଏବଂ ବାଇକ ମଧ୍ୟରେ ଦୁର୍ଘଟଣା ଘଟି 3 ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳେ ପୁରୀ-ସାତପଡା ରାସ୍ତା ମେଡିକାଲ ଛକରେ ଏକ ବସ ବ୍ରହ୍ମଗିରି ଅଭିମୁଖେ ଯାଉଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ବାଇକକୁ ବସଟି ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା 3ଜଣ ଆରୋହୀ ରାସ୍ତା ଉପରେ ଛିଟିକି ପଡିଥିଲେ । ସେମାନଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ଦୁର୍ଘଟଣା ପରେ ଗୁରୁତରଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Related posts