ଅଯୋଗ୍ୟ ଘୋଷିତ ବିଧାୟକ ଲଢିପାରିବେ ନିର୍ବାଚନ : ସୁପ୍ରିମକୋର୍ଟ

Published: Nov 13, 2019, 11:25 am IST
Suprem Court

କର୍ଣ୍ଣାଟକର 17 ଅଯୋଗ୍ୟ ଘୋଷିତ ବିଧାୟକଙ୍କ ମାମଲାରେ ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ବିଧାୟକ ମାନଙ୍କୁ ବାଚସ୍ପତି କେ ଆର ରମେଶ କୁମାର ନିଲମ୍ବନ କରିବା ସହିତ 6 ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିବା ଉପରେ ରୋକ ଲଗାଇଥିଲେ । ଆଜି ସୁପ୍ରିମକୋର୍ଟ ନିଜ ରାୟରେ ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି । ଏହା ଫଳରେ ଅଯୋଗ୍ୟ ଘୋଷିତ ବିଧାୟକ ମାନେ ପୁନର୍ବାର ନିର୍ବାଚନ ଲଢିବାର ସମ୍ଭାବନା ସ୍ପଷ୍ଟ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, କର୍ଣ୍ଣାଟକରେ ବିଜେପି ସରକାର ଗଠନ ପୂର୍ବରୁ 14 କଂଗ୍ରେସ ବିଧାୟକ ଏବଂ 3 ଜଣ ଜେଡିଏସ୍‌ ବିଧାୟକଙ୍କୁ ବାଚସ୍ପତି କେ ଆର ରମେଶ କୁମାର ଅଯୋଗ୍ୟ ଘୋଷଣା କରିଥିଲେ ।

Related posts