2 ଦିନରୁ ଅଧିକ ଅନୁପସ୍ଥିତ ରହି ପାରିବେନି ବିଧାୟକ

Published: Nov 13, 2019, 12:18 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର-ବିଧାନସଭାରେ ଶାସକ ଦଳ ସଦସ୍ୟଙ୍କ ଉପସ୍ଥାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ଵାରୋପ କରିଛନ୍ତି । ଦଳୀୟ ସଦସ୍ୟଙ୍କୁ ଦୈନିକ ବିଧାନସଭାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଯେଉଁ ବିଧାୟକ 2 ଦିନରୁ ଅଧିକ ଦିନ ଛୁଟିରେ ଯିବେ ତାଙ୍କୁ ଅନୁମତି ନେବାକୁ ପଡିବ ବୋଲି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଆଜି ବିଜେଡି ବିଧାୟକ ଦଳର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦଳୀୟ ସଦସ୍ୟଙ୍କୁ ଦୈନିକ ବିଧାନସଭାରେ ଉପସ୍ଥିତ ରହିବାକୁ ପଡିବ । ଏତଦ୍ ବ୍ୟତୀତ ସଦସ୍ୟଙ୍କ ଉପସ୍ଥାନ ନେଇ ମୁଖ୍ୟ ସଚେତକ ସୁପ୍ରିମୋଙ୍କୁ ଦୈନିକ ରିପୋର୍ଟ କରିବେ ।

Related posts