ହଂକଂ ଓପନ୍‌ : ପ୍ରଥମ ରାଉଣ୍ଡରୁ ସାଇନା ବିଦା, ଶ୍ରୀକାନ୍ତଙ୍କୁ ଓ୍ବାକଓଭର

Published: Nov 13, 2019, 3:03 pm IST

ଆଜିଠାରୁ ଆରମ୍ଭ ହୋଇଥିବା ହଂକଂ ଓପନ୍‌ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତକୁ ମିଶ୍ରିତ ଫଳ ମିଳିଛି । ଭାରତୀୟ ଷ୍ଟାର ସଟ୍‌ଲର ସାଇନା ନେହ୍ବାଲ ପ୍ରଥମ ରାଉଣ୍ଡରୁ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିବା ବେଳେ ଅନ୍ୟତମ ଭାରତୀୟ ଖେଳାଳି କେ ଶ୍ରୀକାନ୍ତଙ୍କୁ ପ୍ରଥମ ରାଉଣ୍ଡରେ ଓ୍ବାକଓଭର ମିଳିଛି । ବୁଧବାର ଅନୁଷ୍ଠିତ ପ୍ରଥମ ରାଉଣ୍ଡ ମୁକାବିଲାରେ ସାଇନା ଚୀନ୍‌ର ସାଇ ୟାନ୍‌ ୟାନ୍‌ଙ୍କ ନିକଟରୁ ପରାଜିତ ହୋଇଛନ୍ତି । ସାାଇନା 21-13 ଏବଂ 22-20 ସେଟ୍‌ରେ ପରାଜିତ ହୋଇଥିଲେ । ନିଜର ଶେଷ 6ଟି ଟୁର୍ଣ୍ଣାମେଣ୍ଟରୁ ପାଞ୍ଚଟିରେ ସାଇନା ପ୍ରଥମ ରାଉଣ୍ଡରୁ ପରାସ୍ତ ହୋଇଛନ୍ତି । ବିଶ୍ବ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା କେଣ୍ଟୋ ମୋମୋଟା ଅନ୍ତିମ ମୂହୂର୍ତ୍ତରେ ଟୁର୍ଣ୍ଣାମେଣ୍ଟରୁ ଓହରିଯିବା କାରଣରୁ କିଦାମ୍ବୀ ଶ୍ରୀକାନ୍ତଙ୍କୁ ଓ୍ବାକଓଭର ମିଳିଥିଲା ।

Related posts