ଐତିହାସିକ ରାୟ-ସୂଚନା ଅଧିକାର ଆଇନ ଅଧୀନରେ ରହିବେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି

Published: Nov 13, 2019, 3:21 pm IST

ସମୀକ୍ଷା ବ୍ୟୁରୋ

ଆଜି ଏକ ଐତିହାସିକ ରାୟରେ ଭାରତର ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ସୂଚନା ଅଧିକାର ଆଇନ ପରିସରଭୁକ୍ତ ବୋଲି କହିଛନ୍ତି। ସୂଚନା ଅଧିକାର ଆଇନ-୨୦୦୫ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କ କ୍ଷେତ୍ରରେ ଲାଗୁ ହେବ କାରଣ ମୁଖ୍ୟ ବିଚାରପତି ମଧ୍ୟ ଦେଶର ଏକ ଲୋକ ଅନୁଷ୍ଠାନ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ନ୍ୟାୟିକ ସ୍ଵାୟତ୍ତତା ଓ ଲୋକଙ୍କ ପ୍ରତି ଉତ୍ତର ଦାୟିତ୍ଵ ପରଷ୍ପରର ପରିପୂରକ ତେଣୁ ଏହାକୁ ଅଲଗା କରା ଯାଇପାରିବ ନାହିଁ। ପୂର୍ବରୁ ୨୦୧୦ ମସିହାରେ ଦିଲ୍ଲୀ ହାଇ କୋର୍ଟ ଭାରତର ମୁଖ୍ୟ ବିଚାରପତି ସୂଚନା ଅଧିକାର ଆଇନର ପରିସରଭୁକ୍ତ ବୋଲି ରାୟ ଦେଇଥିଲେ। ମାନ୍ୟବର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଡି.ୱାଇ, ଚନ୍ଦ୍ରଚୂଡ, ସଂଜୀବ ଖାନ୍ନା, ଦୀପକ ଗୁପ୍ତା ଓ ଏନ.ଭି.ରମନାଙ୍କୁ ନେଇ ଗଠିତ ଏକ ଖଣ୍ଡ ପୀଠ ଏ ସମ୍ପର୍କିତ ରାୟ ଶୁଣାଇଛନ୍ତି।

 

Related posts