ବଣ୍ଟି ଔର ବବ୍‌ଲୀ ରିମେକ୍‌ରେ ସୈଫ୍‌-ରାଣୀ

Published: Nov 24, 2019, 6:32 pm IST

ମୁମ୍ବାଇ, 24/11 : 2005ର ବଲିଉଡ ବ୍ଲକ୍‌ବଷ୍ଟର ବଣ୍ଟି ଔର ବବ୍‌ଲୀର ରିମେକ୍‌ରେ ଏକତ୍ର ଦେଖିବାକୁ ମିଳିବ ସୈଫ୍‌-ରାଣୀଙ୍କ ଯୋଡି । ପୂର୍ବରୁ ରାଣୀ ମୁଖାର୍ଜୀ ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ଏହି ଫିଲ୍ମ ପାଇଁ ସମ୍ମତି ପ୍ରଦାନ କରିଥିବା ବେଳେ ଶନିବାର ଏହି ଫିଲ୍ମ ପାଇଁ ନିଜର ସମ୍ମତି ପ୍ରଦାନ କରିଛନ୍ତି । ସାଦ୍‌ ଅଲୀ ପ୍ରଥମ ଭାଗର ନିର୍ଦ୍ଦେଶନା ଦେଇଥିବା ବେଳେ ବରୁଣ ଭି ଶର୍ମା ଏହି ଭାଗର ନିର୍ଦ୍ଦେଶନା ଦେଉଛନ୍ତି । ବରୁଣ ପୂର୍ବରୁ ସୁଲତାନରେ ଲେଖକ ଭାବରେ କାମ କରିଛନ୍ତି । ସୈଫ୍‌ଙ୍କ ଅଭିନୀତ ତାନାଜୀ ଜାନୁୟାରୀ 11ରେ ରିଲିଜ୍‌ ହେବାକୁ ଯାଉଥିବାବେଳେ ଆସନ୍ତା ଫେବୃୟାରୀରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି । ପୂର୍ବରୁ ସୈଫ୍‌-ରାଣୀ ଏକତ୍ର ହମ୍‌ତୁମ୍‌ ଏବଂ ତାରା ରମ୍‌ ପମ୍‌ରେ ନଜର ଆସିଥିବା ବେଳେ ଦର୍ଶକ ଉଭୟଙ୍କୁ ବହୁତ ପସନ୍ଦ କରିଥିଲେ । 2007 ପରେ ଉଭୟ ଏକତ୍ର ନଜର ଆସିବାକୁ ଯାଉଛନ୍ତି । ଏହି ଦୁଇଜଣଙ୍କ ବ୍ୟତୀତ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଶର୍ବରୀ ଓ୍ବାଘ ପ୍ରମୁଖ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । (ଏଜେନ୍ସୀ)

Related posts