ଜାତୀୟସ୍ତରୀୟ ସ୍କେଟିଂ ପ୍ରତିଯୋଗିତାରେ ସ୍ଥାନ ପାଇଥିବା ପ୍ରତିଯୋଗୀଙ୍କ ଉପଲକ୍ଷେ ଶୁଭେଚ୍ଛା ସଭା ଅନୁଷ୍ଠିତ

Published: Dec 5, 2019, 4:57 pm IST

ସମୀକ୍ଷା ବ୍ୟୁରୋ
ବ୍ରହ୍ମପୁର, ୫/୧୨:  ଗୁରୁକୁଳ ଇଣ୍ଟରନ୍ୟାସନାଲ୍ ପବ୍ଲିକ୍ ସ୍କୁଲ ପରିସରରେ ସ୍କୁଲର ଚେୟାରମ୍ୟାନ ତଥା ବ୍ରହ୍ମପୁର ସ୍କେଟିଂ ଏକାଡ଼େମୀର ସଭାପତି ପ୍ରଶାନ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଶୁଭେଚ୍ଛା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍କୁଲ ପରିସର ତଥା ବ୍ରହ୍ମପୁର ସ୍କେଟିଂ ଏକାଡ଼େମୀରେ ଅଭ୍ୟାସରତ ସ୍କେଟରମାନେ ଗତ ଅକ୍ଟୋବର ମାସ ୨୩ ତାରିଖରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା ଡ଼ିଏଭି ଜୋନାଲ୍ ସ୍କେଟିଂ ମିଟରରେ ଭାଗ ନେଇ ଏ. ରାଜକୁମାର – ୩୦୦ ମିଟର (ସ୍ୱର୍ଣ୍ଣପଦକ), ରୁଷିଲ୍ ସାସମଲ ୧୦୦୦ ମିଟର (ସ୍ୱର୍ଣ୍ଣପଦକ) ପାଇ ଉନ୍ନତ ପ୍ରଦର୍ଶନ କରି ଜାତୀୟସ୍ତରକୁ ମନୋନୀତ ହୋଇଥିବାବେଳେ ଟି. ଗୋକୁଲ୍ ପାତ୍ର ୩୦୦ ମିଟରରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ପ୍ରକାଶଥାଉକି ଏହି ଖେଳାଳୀମାନେ ଆସନ୍ତା ୧୦ ତାରିଖରୁ ୧୨ ତାରିଖ ଯାଏଁ ହାଇଦ୍ରାବାଦଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ଅଧ୍ୟକ୍ଷା ଅମିତ କର, ସାଇ ସନ୍ତୋଷ ନନ୍ଦ ଏବଂ ଏକାଡ଼େମୀର କୋଚ୍ ବିଭୂତି ଜେନା ଉପସ୍ଥିତ ଥିଲେ ।

Related posts