ଇଣ୍ଡୋ ନେପାଳ ରୁରାଲ କବାଡିରେ ସ୍ବର୍ଣ୍ଣ ବିଜୟୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Published: Dec 6, 2019, 3:51 pm IST

ସମୀକ୍ଷା ବ୍ୟୁରୋ

ଗଞ୍ଜାମ,6/12: ଇଣ୍ଡୋ ନେପାଳ ରୁରାଲ କବାଡି ଚାମ୍ପିୟନସିପ୍‌ରେ ସ୍ବର୍ଣ୍ଣ ବିଜୟୀ ଭାରତୀୟ ଦଳର ସଦସ୍ୟ ଅଜିତ ଜେନାଙ୍କୁ ତାଙ୍କ ଗ୍ରାମରେ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ଧରାକୋଟର ବାହାଡାଗୁଡା ଗ୍ରାମର ଅଜିତ ଜେନାଙ୍କୁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ନେପାଳ ସହିତ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିଥିବା ଭାରତ ଫାଇନାଲ୍‌ ମ୍ୟାଚ୍‌ ମଧ୍ୟ ନେପାଳ ସହିତ ଖେଳିଥିଲା । ଅଜିତଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ 36-14ରେ ନେପାଳକୁ ପରାସ୍ତ କରିଥିଲା । ବିଜେପି ଯୁବମୋର୍ଚ୍ଚା ସଭାପତି ଏମ୍‌ ଚିନ୍ମୟ ରେଡ୍ଡୀଙ୍କ ନେତୃତ୍ବରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ପ୍ରତାପ ଜେନା, ମିଥୁନ ପ୍ରଧାନ, ଟି. ମୁନେଶ ଦୋରା, ଧର୍ମେନ୍ଦ୍ର ସ୍ବାଇଁ ଏବଂ ଅଭୟ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Related posts