ଜନସେବା କେନ୍ଦ୍ରର ଶୋଷଣ ନୀତି ବିରୋଧରେ ଅତିରିକ୍ତ ତହସିଲଦାରଙ୍କ ନିକଟରେ ଅଭିଯୋଗ କଲେ ଛାତ୍ରଛାତ୍ରୀ

Published: Dec 9, 2019, 5:41 pm IST

ହିଞ୍ଜିଳିକାଟୁ, ୦୯/୧୨:  ସାମ୍ପ୍ରତିକ ସମାଜରେ ପ୍ରତ୍ୟେକ କ୍ଷେତ୍ରରେ ଅନଲାଇନ୍ କାର୍ଯ୍ୟ ଗୁରୁତ୍ବ ବହନ କରୁଛି।  ସାଧାରଣ ଜନତାଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ସରକାର ଗାଁଠାରୁ ସହର ପର୍ଯ୍ୟନ୍ତ ଜନସେବା କେନ୍ଦ୍ରମାନ ସ୍ଥାପନ କରିଛନ୍ତି। ଜନସେବା କେନ୍ଦ୍ରର ଚାହିଦା ବଢିଥିବାବେଳେ, ଏହି କେନ୍ଦ୍ରଗୁଡ଼ିକର କିଛି ମନମୁଖୀ କାର୍ଯ୍ୟ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ। ହିଞ୍ଜିଳିକାଟୁଠାରେ ଜନସେବା କେନ୍ଦ୍ରର କିଛି ମନୋମୁଖୀ କାର୍ଯ୍ୟକୁ ନେଇ ଅଭିଯୋଗ ହୋଇଛି। ଏଠାରେ ସରକାରଙ୍କ ନିୟମକୁ ବେଖାତିର୍‌ କରି ରସିଦନ୍‌ ନ ଦେଇ ମନମୁଖୀ ଅର୍ଥ ଆଦାୟ କରିବା ପରିଲକ୍ଷିତ ହୋଇଛି । ଜନସେବା କେନ୍ଦ୍ରର ଏପରି ଶୋଷଣ ନୀତିକୁ ବିରୋଧ କରି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହରର ସାଧାରଣ ଛାତ୍ରଛାତ୍ରୀ ମାନେ ଅତିରିକ୍ତ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତେବେ ଅତିରିକ୍ତ ତହସିଲ୍‌ଦାର ଉକ୍ତ ବିଷୟକୁ ଅନୁଧ୍ୟାନ କରି ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

Related posts