ଆମାଜନ ସିଇଓ ଜେଫ ବେଜୋସ୍‌ଙ୍କ ଭାରତ ଗସ୍ତକୁ ବିରୋଧ

Published: Jan 15, 2020, 11:57 am IST

ପୃଥିବୀର ସବୁଠୁ ବଡ ଅନଲାଇନ ଖୁଚୁରା ବ୍ୟବସାୟ କମ୍ପାନୀ ଆମାଜନ ର ମୁଖ୍ୟ କାର୍ୟନିର୍ବାହୀ ଜେଫ ବେଜୋସ୍‌ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଭାରତରେ ପହଞ୍ଚିଲା ପରେ ସେ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବେଜୋସ୍‌ଙ୍କ ଗସ୍ତକୁ ବିରୋଧ କରି ଦେଶର ୩୦୦ ସହରରେ ବ୍ୟବସାୟୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆମାଜନ ସାଧାରଣ ବ୍ୟବସାୟୀଙ୍କ ସ୍ଵାର୍ଥ ବିରୋଧରେ ଯାଇ ଅଧିକ ରିହାତି ଦେବା ତଥା ଅନୈତିକ ବ୍ୟାବସାୟିକ ନୀତି ଆପଣାଉଥିବା ପ୍ରସଙ୍ଗରେ ସାରା ଦେଶର ବ୍ୟବସାୟୀମାନେ ତାଙ୍କୁ ବିରୋଧ କରୁଛନ୍ତି।   (ଏଜେନ୍ସି)

Related posts