ଏନଏସଏସ ତରଫରୁ ଟ୍ରାଫିକ ସଚେତନତା ପକ୍ଷ ପାଳିତ

Published: Jan 17, 2020, 4:13 pm IST

ସମୀକ୍ଷା ବ୍ୟୁରୋ
ସାନଖେମୁଣ୍ଡି : ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ବିଜ୍ଞାନ ମହାବିଦ୍ୟାଳୟ ରାଷ୍ଟ୍ରୀୟ ସେବା ସଂସ୍ଥା ତରଫରୁ ଟ୍ରାଫିକ ସଚେତନତା ପକ୍ଷ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ପ୍ରଫୁଲ୍ଲ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ କଙ୍କୋରଡା ସହର ପରିକ୍ରମା କରି ଲୋକଙ୍କୁ ଟ୍ରାଫିକ୍‌ ନିୟମ ସମ୍ପର୍କରେ ସଚେତନ କରାଇଥିଲେ । ଟ୍ରାଫିକ ନିୟମକୁ ମାନିବା, ହେଲମେଟ ବ୍ୟବହାର, ଧିରେ ଯାନବାହାନ ଚଳାଇବା ସହିତ ମଦ୍ୟପାନ କରି ଗାଡି ନ ଚଳାଇବା ପାଇଁ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ପରବର୍ତ୍ତୀ ସମୟରେ କଲେଜ ପରିସରରେ ଏକ ସଭା ଆୟୋଜନ କରି ରାଷ୍ଟ୍ରୀୟ ସେବା ସଂସ୍ଥାର ପୋଗ୍ରାମ ଅଫିସର ଅଧ୍ୟାପିକା ସସ୍ମିତା ସାହୁ, ଆଶାଲତା ପଟ୍ଟନାୟକ ଓ ତୀର୍ଥବ୍ରତ ସାହୁ ଛାତ୍ରଛାତ୍ରୀଙ୍କ ସହିତ ଯୋଗ ଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜନୀତି ବିଭାଗର ଅଧ୍ୟାପକ ରବିନ୍ଦ୍ର ବେହେରା,ଅର୍ଥନୀତି ବିଭାଗର ଅଧ୍ୟାପକ ଅଶୋକ କୁମାର ନାୟକ ସହଯୋଗ କରିଥିବା ବେଳେ ଶତାଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ ।

Related posts