ଧଓ୍ବନ୍‌,ରାହୁଲ ଏବଂ କୋହଲିଙ୍କ ଅର୍ଦ୍ଧଶତକ : ଅଷ୍ଟ୍ରେଲିଆ ସମ୍ମୁଖରେ 341 ରନ୍‌ର ବିଜୟ ଲକ୍ଷ୍ୟ

Published: Jan 17, 2020, 6:04 pm IST

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ସମ୍ମୁଖରେ 341 ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ଟସ୍‌ ହାରି ପ୍ରଥମେ ବ୍ୟାଟିଂର ଆମନ୍ତ୍ରଣ ପାଇଥିବା ଭାରତ ପକ୍ଷରୁ ଶିଖର ଧଓ୍ବନ୍‌(96), ବିରାଟ କୋହଲି(78) ଏବଂ କେ ଏଲ୍‌ ରାହୁଲ(80) ଅର୍ଦ୍ଧଶତକ ହାସଲ କରିବାରୁ ଭାରତ ନିର୍ଦ୍ଧାରିତ ଓଭରରେ 6 ଓ୍ବିକେଟ ହରାଇ 340 ରନ୍‌ ସଂଗ୍ରହ କରିଛି । ପ୍ରଥମ ଓ୍ବିକେଟ୍‌ରେ ରୋହିତ ଶର୍ମା(42) ଏବଂ ଧଓ୍ବନ୍‌ 81 ରନ୍‌ର ଭାଗିଦାରୀ କରିଥିବା ବେଳେ ଜାମ୍ପା ରୋହିତଙ୍କୁ ଆଉଟ କରି ପ୍ରଥମ ସଫଳତା ଦେଇଥିଲେ । ତୃତୀୟ ଓ୍ବିକେଟ୍‌ରେ ଧଓ୍ବନ୍‌ (96) ଏବଂ କୋହଲି (78) 103 ରନ୍‌ର ଭାଗିଦାରୀ କରିଥିଲେ । ଶତକରୁ ଚାରି ରନ୍‌ ଦୂରରେ ଧଓ୍ବନ୍‌ ଆଉଟ୍‌ ହେବା ପରେ ଶ୍ରେୟସ୍‌ ଆୟର(7) ବିଫଳ ହୋଇଥିଲେ । ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ରାହୁଲ 52ଟି ବଲ୍‌ର ସମ୍ମୁଖୀନ 6ଟି ଚୌକା ଏବଂ 3 ଛକ୍କା ସହାୟତାରେ 80 ରନ୍‌ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା 50 ରନ୍‌ରେ 3ଟି ଏବଂ କେନ୍‌ ରିଚାର୍ଡସନ୍‌ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Related posts