ଅଟୋ ଏକ୍ସପୋ 2020 : 14ଟି କାର ଲଞ୍ଚ କରିବ ମୋରିସ୍‌ ଗ୍ୟାରେଜ୍‌

Published: Jan 17, 2020, 8:28 pm IST

ମୁମ୍ବାଇ : ଆସନ୍ତା ଅଟୋ ଏକ୍ସପୋ 2020ରେ ଏକକାଳୀନ 14ଟି କାର୍‌ର ଲଞ୍ଚ କରିବାକୁ ଯାଉଛି । ଚଳିତ ବର୍ଷ ଭାରତୀୟ ବଜାରରେ ଦୁଇଟି ଏସ୍‌ୟୁଭି କାର ଲଞ୍ଚ କରିଥିବା ଏମ୍‌ଜି ପକ୍ଷରୁ ଶୁକ୍ରବାର ଏହି ଘୋଷଣା କରିଛି । ଫେବୃୟାରୀରେ ଅନୁଷ୍ଠିତ ହେବାକୁ ଥିବା ଅଟୋ ଏକ୍ସପୋରେ ଏମ୍‌ଜି ପକ୍ଷରୁ ଏକ ଚାଳକ ବିହୀନ କାର୍‌ ଲଞ୍ଚ କରାଯିବା ନେଇ ମଧ୍ୟ ଘୋଷଣା କରାଯାଇଛି । 14ଟି ପ୍ରୋଟୋଟାଇପ୍‌ ମଧ୍ୟରୁ 12ଟି ଏସ୍‌ୟୁଭି ଏବଂ ବିଳାସପୂର୍ଣ୍ଣ ବର୍ଗର କାର ରହିଥିବା ବେଳେ 2ଟି ସ୍ବୟଂଚାଳିତ ଏମ୍‌ଭିପି ଶ୍ରେଣୀର କାର ରହିବ । ଏହା ସହିତ ସ୍ବୟଂଚାଳିତ କାର୍‌ ମଧ୍ୟରୁ ଗୋଟିଏ ଏବଂ ସମୁଦାୟ 7ଟି ବିଦ୍ୟୁତ୍‌ଚାଳିତ ପ୍ରୋଟୋଟାଇପ୍‌ ରହିବ । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ସାଙ୍ଘାଇରେ ବିଶ୍ବ ଅଟୋ ଏକ୍ସପୋ ଅନୁଷ୍ଠିତ ହେବ ।

Related posts